ଭୁବନେଶ୍ବର: ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ଅଫିସ ସିଲ୍ । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ଅଫିସ ସିଲ କଲା ବିଏମସି।
ଶନିବାର ଭୁବନେଶ୍ବର ମହାନଗର ନିଗମ ଦକ୍ଷିଣ ପଶ୍ଚିମ ଜୋନ ପକ୍ଷରୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଲ୍ଲାସପଲ୍ଲୀ ସ୍ଥିତ ଅଫିସ ସିଲ କରାଯାଇଥିବା ସୂଚନା ମିଳିଛି । ସୂଚନାଥାଉକି, ଗତ ଅକ୍ଟୋବର 8 ତାରିଖରେ ଅପରାଜିତାଙ୍କ ଜନ୍ମଦିବସରେ ନାଚଗୀତ କରି କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା।