ଓଡିଶା

odisha

ETV Bharat / city

Omicron Scare: ଆସୁଛି ପିକ୍‌ନିକ ଋତୁ, ନିୟମ କଡାକଡି ଆବଶ୍ୟକ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - ପିକ୍‌ନିକ୍‌ ଋତୁ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା

ଓଡ଼ିଶାରେ ଓମିକ୍ରନ ଭାରିଆଣ୍ଟର କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଚିନ୍ତାରେ ପଡ଼ ଯାଇଛି ପ୍ରଶାସନ । ପିକିନିକ ଋତୁ ପାଇଁ ନିୟମ କଡାକଡି ଆବଶ୍ୟକ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ଆସୁଛି ପିକ୍‌ନିକ୍‌ ଋତୁ, ନିୟମ କଡ଼ାକଡ଼ି ଆବଶ୍ୟକ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ
ଆସୁଛି ପିକ୍‌ନିକ୍‌ ଋତୁ, ନିୟମ କଡ଼ାକଡ଼ି ଆବଶ୍ୟକ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : Dec 21, 2021, 8:47 PM IST

ଭୁବନେଶ୍ବର:ଓଡ଼ିଶାରେ ନନ୍‌ ଆଟ୍‌ ରିସ୍କ୍‌ ଦେଶରୁ ଫେରନ୍ତା ଦୁଇ ଜଣ ଓମିକ୍ରନ କୋଭିଡ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛନ୍ତି । ଆଗକୁ ପିକ୍‌ନିକ୍‌ ଋତୁ ଆସୁଛି । ଭିଡ଼ ନିୟନ୍ତ୍ରଣ କରିବାକୁ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ରାଜ୍ୟରେ ବିଶେଷ ଭାବରେ ଡିସେମ୍ବର ଓ ଜାନୁଆରୀରେ ଅନେକ ଲୋକ, ସ୍କୁଲ ଛାତ୍ରଛାତ୍ରୀ ବାହାରକୁ ପିକନିକ ପାଇଁ ଯାଇଥାନ୍ତି ।

ଏହି ସମୟରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କୌଣସି ଉପାୟରେ ଜନଗହଳି ଉପରେ କଡ଼ା ନଜର ରଖିବା ଆବଶ୍ୟକତା ରହିଛି । ଏହାଦ୍ବାରା ସୁପରସ୍ପ୍ରେଡ୍‌ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଆସୁଛି ପିକ୍‌ନିକ୍‌ ଋତୁ, ନିୟମ କଡ଼ାକଡ଼ି ଆବଶ୍ୟକ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

କୋଭିଡ ସଂକ୍ରମଣ ଲହରଠାରୁ ରାଜ୍ୟବାସୀ ପାଖାପାଖି ୩ ମାସ ହେଲା ସୁରକ୍ଷିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପିକ୍‌ନିକ୍‌ ଗୁଡ଼ିକ ଏବଂ ନିର୍ବାଚନକୁ ଆଉ କିଛି ମାସ ଘୁଞ୍ଚାଇବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅମେରିକାରେ ୫ ଦିନ ମଧ୍ୟରେ ୭୩ ପ୍ରତିଶତ ମାମଲା ଅଧିକ ବଢ଼ିଛି । ଏହା ଅଧିକ ବେଗରେ ବଢ଼ୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।


ସେପଟେ କୋଭିଡ୍‌ ପଜିଟିଭ ହାର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରହିଥିବା କଥା କହିଛନ୍ତି ଜନସ୍ବାର୍ଥ ନିର୍ଦ୍ଦେଶକ । ଏଥାପାଇଁ ଆତଙ୍କିତ ହେବାକୁ କୁହାଯାଇଛି । ଯେଉଁମାନେ ଟିକା ନେଇଛନ୍ତି ସେମାନେ ସୁରକ୍ଷିତ କିନ୍ତୁ ଏହାସତ୍ତ୍ବେ ନିୟମ କଡ଼ାକଡ଼ି ପାଳନ କରିବା ଆବଶ୍ୟକ ।



ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details