ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟରେ ଲାଗିଲା ନୂଆବର୍ଷ କଟକଣା । ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋଭିଡ କଟକଣା ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଲାଗୁ ହୋଇଛି ।
ରାଜ୍ୟର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ନୂଆବର୍ଷ କଟକଣା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି । କର୍ମଚାରୀମାନେ କେବଳ ଅନଲାଇନ ମାଧ୍ୟମରେ ଶୁଭେଚ୍ଛା ଜଣାଇ ପାରିବେ । ଅଫିସରେ ଏକାଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ଏଥିସହ ଫୁଲ ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇବାକୁ ମଧ୍ୟ ବାରଣ କରାଯାଇଛି ।