ଭୁବନେଶ୍ୱର: ରାଜଧାନୀରେ ବୋଲ ମାନୁନି କରୋନା ସଂକ୍ରମଣ । ବିଏମସିର ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ଦୈନିକ ଉପରମୁଁହା କୋରୋନା ଗ୍ରାଫ । ବିଏମସି ଓ ପୋଲିସ କମିଶନରେଟ ପକ୍ଷରୁ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଉଛି । ହେଲେ ଏକ ନମ୍ବର ହାଟ ପଛପଟ ସ୍କୁଲ ପଡ଼ିଆରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଏଠାରେ ଲୋକଙ୍କର ନା ଅଛି ପ୍ରଶାସନକୁ ଭୟ ନା କରୋନାକୁ । ସତେ ଯେମିତି ପନିପରିବା କିଣିବା ଆଳରେ ଲୋକେ ଘରକୁ କୋରୋନା କିଣିକି ନେଉଛନ୍ତି ।
କୋରୋନା ବାଣ୍ଟୁଛି ରାଜଧାନୀ ପରିବା ହାଟ ! - ଭୁବନେଶ୍ବରରେ କୋଭିଡ ନିୟମକୁ ବେଖାତିର
ଭୁବନେଶ୍ବରରେ ପ୍ରତିଦିନ ଶତାଧିକ ବ୍ୟକ୍ତି କୋରୋନା ସଂକ୍ରମିତ ହେଉଥିଲେ ମଧ୍ୟ ଚେତୁନାହାନ୍ତି ଲୋକେ । ପରିବା ହାଟରେ କରୁଛନ୍ତି ଖଚାଖଚ ଭିଡ । ଅଧିକ ପଢନ୍ତୁ....
ରାଜଧାନୀରେ କୋଭିଡ ନିୟମକୁ ଫୁ
ରାଜଧାନୀରେ କୋଭିଡ ନିୟମକୁ ଫୁ
ପୋଲିସ ଅଛି ଫାଇନ ବି କାଟୁଛି ହେଲେ ନା ଖାଉଟିଙ୍କର ଚିନ୍ତା ଅଛି ନା ଦୋକାନୀଙ୍କର । ସୂଚନା ଅନୁଯାୟୀ ଭୁବନେଶ୍ୱରରେ ଏବେ ଦୈନିକ ୧ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପ୍ରତି ଅଞ୍ଚଳରୁ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ବିଏମସିର ସମସ୍ତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣକୁ ରୋକ ଲଗେଇବାରେ ସଫଳ ହେଉନି ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ