ଓଡିଶା

odisha

ETV Bharat / city

ପିସିସି ପକ୍ଷରୁ ଖୋଲିଲା କୋଭିଡ୍ କଣ୍ଟ୍ରୋଲ ରୁମ୍ - କୋଭିଡ୍ କଂଟ୍ରୋଲ ରୁମ୍

ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଅଧିକ ପଢନ୍ତୁ...

ପିସିସି ପକ୍ଷରୁ ଖୋଲିଲା କୋଭିଡ୍ କଣ୍ଟ୍ରୋଲ ରୁମ୍
ପିସିସି ପକ୍ଷରୁ ଖୋଲିଲା କୋଭିଡ୍ କଣ୍ଟ୍ରୋଲ ରୁମ୍

By

Published : Apr 22, 2021, 8:31 PM IST

ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ବର୍ତ୍ତମାନ ଓଡିଶାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏଥିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ୫ ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ରହି ସୂଚାରୁ ରୂପେ କାର୍ଯ୍ୟ ସମାପନ କରିବେ ବୋଲି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ କିମିଟି ସଦସ୍ୟଙ୍କ ଯୋଗାଯୋଗ ନମ୍ବର ସର୍ବସାଧାରଣ କରାଯାଇଛି । କମିଟିରେ ପଦ୍ମାକର ଗୁରୁ (ମୋ - ୬୩୭୦୯୬୫୯୭୮), ସଂଯୋଜକ ଥିବାବେଳେ ସୁବ୍ରତ ମହାପାତ୍ର (ମୋ – ୯୧୩୨୭୮୫୬୨୪), ଲିଙ୍ଗରାଜ ସାହୁ (ମୋ - ୯୨୩୭୦୧୦୯୩୯), ପ୍ରମୋଦ କୁମାର ସାହୁ (ମୋ – ୭୦୦୮୭୮୮୬୭୭) ଓ ତରୁଣକାନ୍ତ ମିଶ୍ର (ମୋ – ୯୪୩୭୧୯୨୧୬୧) ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି ।

ଏହି କଣ୍ଟ୍ରୋଲ ରୁମ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details