ଓଡିଶା

odisha

ETV Bharat / city

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଥଣ୍ଡା ଜ୍ବର ଥିଲେ ସ୍କୁଲ ଯାଆନ୍ତୁ ନାହିଁ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ବଢୁଛି ସଂକ୍ରମଣ । ଥଣ୍ଡା ଜ୍ଵର ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ । ଏହାସହିତ ସ୍କୁଲ କି କଲେଜ ନ ଯିବାକୁ ସରକାରଙ୍କ ପକ୍ଷରୁ ସଚେତନ କରାଯାଇଛି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଥଣ୍ଡା ଜ୍ବର ଥିଲେ ସ୍କୁଲ ଯାଆନ୍ତୁ ନାହିଁ
ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଥଣ୍ଡା ଜ୍ବର ଥିଲେ ସ୍କୁଲ ଯାଆନ୍ତୁ ନାହିଁ

By

Published : Jul 15, 2022, 1:46 PM IST

ଭୁବନେଶ୍ବର:ପୁଣି ଟେନସନ ଦେଉଛି କୋରୋନା । ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ଏହାକୁ ନେଇ ଚାରିଆଡେ ଭୟାବହତା ବଢୁଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଘରେ ଘରେ ଥଣ୍ଡା ଜ୍ବର ଲକ୍ଷଣ ଆସିଲେ ଟେଷ୍ଟ କରାନ୍ତୁ । ଏହାସହିତ ସ୍କୁଲ କି କଲେଜକୁ ଯାଆନ୍ତୁ ନାହିଁ । ସରକାର ପଜିଟିଭ ହାର ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ । ଯେତେ ପର୍ଯ୍ୟନ୍ତ ସେମିତି ପରିସ୍ଥିତି ନ ଆସିଛି ଶିକ୍ଷାନୁଷ୍ଠାନ ବନ୍ଦ କରିଦେବା ଠିକ୍ ନୁହେଁ । ଏ ବିଷୟରେ ସରକାର ଠିକ୍ ସମୟରେ ନିଷ୍ପତ୍ତି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଥଣ୍ଡା ଜ୍ବର ଥିଲେ ସ୍କୁଲ ଯାଆନ୍ତୁ ନାହିଁ

ସ୍କୁଲ, ଭିଡ଼ ହେଉଥିବା ଜାଗା ଉପରେ ଫୋକସ୍ ଦିଆଯିବ । ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ । ଏବେ ଘରେ ଘରେ ଥଣ୍ଡା ଜ୍ଵର ଦେଖିବାକୁ ମିଳୁଛି । ତେଣୁ ଲକ୍ଷଣ ଆସିଲେ, ତୁରନ୍ତ ଟେଷ୍ଟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏପଟେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ,''ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ 75 ଦିନରେ ଯେଉଁ 18ରୁ 59 ବର୍ଷ ବୟସର ଲୋକଙ୍କ ମାଗଣା ଟୀକାକରଣ କରାଯାଉଛି ସେଥିରେ ବିଶେଷ ଭାବରେ କଲେଜକୁ ମଧ୍ୟ ଫୋକସ୍ କରାଯାଉଛି ।'' ବର୍ତ୍ତମାନ ସମୟରେ ରାଜ୍ୟରେ ଅନେକ ସ୍କୁଲ ଓ କଲେଜ ସମେତ ହଷ୍ଟେଲରେ ସଂକ୍ରମଣ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details