ଓଡିଶା

odisha

ETV Bharat / city

'ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ ସଂଖ୍ୟା’ - ଦିବ୍ୟ ଶଙ୍କର ମିଶ୍ର

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଅଧିକ ପଢନ୍ତୁ...

'ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଛି'
'ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଛି'

By

Published : Apr 2, 2021, 1:40 PM IST

Updated : Apr 2, 2021, 5:10 PM IST

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ବଢ଼ୁଥିବା କୋଭିଡ ସଂକ୍ରମଣକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।

'ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଛି'

ନୂଆପଡା ଓ କଳାହାଣ୍ଡି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଛତିଶଗଡ଼ରେ ହୋଇଥିବା କ୍ରିକେଟ ଖେଳ ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସୀମା ସିଲ କରିବା ସମସ୍ୟାର ସମାଧାନ ନୁହେଁ ବରଂ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ଆମର ପ୍ରାଥମିକତା ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଅଞ୍ଚଳରେ ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଉଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Apr 2, 2021, 5:10 PM IST

ABOUT THE AUTHOR

...view details