ଓଡିଶା

odisha

By

Published : Jan 27, 2022, 11:45 AM IST

ETV Bharat / city

ରାଜ୍ୟରେ ପିକ୍‌ ଛୁଇଁଛି ସଂକ୍ରମଣ !

ରାଜ୍ୟରେ ହ୍ରାସ ପାଉଥିବା କୋରୋନାର ଦୈନିକ ସଂକ୍ରମଣକୁ ନେଇ ମତ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଥିବା କହିଲେ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି: ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକ
ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଥିବା କୋରୋନାର ଦୈନିକ ସଂକ୍ରମଣକୁ ନେଇ ମତ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ କୋରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଛି, ତେଣୁ ସଂକ୍ରମଣ ତଳମୁହାଁ ରହିଛି । ପ୍ରତିଦିନ 5 ରୁ 6 ହଜାର ପଜିଟିଭ ଚିହ୍ନଟ ହେଉଥିବା ବେଳେ ଟ୍ରାନ୍ସମିଶନ ଅଧିକ ରହିଛି । ବେସ୍ ଲାଇନ୍ ଆସିବା ଦରକାର, ଅନ୍ୟ ଦେଶଗୁଡିକ ଦେଖିଲେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି । ତେଣୁ ଏବେ ବି ସତର୍କତା ଅବଲମ୍ବନ ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନଜର ପକାନ୍ତୁ ୭ଦିନର ଦୈନିକ ସଂକ୍ରମଣ ଉପରେ

ତାରିଖ ଦୈନିକ ସଂକ୍ରମଣ ସୁସ୍ଥ
ଜାନୁଆରୀ 27 5901
ଜାନୁଆରୀ 26 7426
ଜାନୁଆରୀ 25 5891
ଜାନୁଆରୀ 24 7291 10309
ଜାନୁଆରୀ 23 8520 10841
ଜାନୁଆରୀ 22 8845 11344
ଜାନୁଆରୀ 21 9833 10390




ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details