ଓଡିଶା

odisha

କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jul 20, 2022, 7:39 PM IST

କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି, ରାଜ୍ୟରେ ପଜିଟିଭି ହାର ବଢୁଛି । ତେବେ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅଧିକ ପଢନ୍ତୁ

କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି, ରାଜ୍ୟରେ ପଜିଟିଭି ହାର ବଢୁଛି । ତେବେ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ । ସମାନ୍ତରାଳ ସ୍ଥିତିକୁ ନଆସିଲେ ଆଗକୁ ବଢିବ କି ନାହିଁ କହିପାରିବା ନାହିଁ ।’’

କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘‘କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର ନାହିଁ । ଯାହା ପାଖରେ ଲକ୍ଷଣ ଦେଖାଯାଉଛି, ଟେଷ୍ଟ କରାଇ ନେବା ସହିତ ଆଇସୋଲେସନରେ ରୁହନ୍ତୁ । ଏବେ କମ୍ୟୁନିଟି ରେସ୍ପନସିବିଲିଟି ନୁହେଁ, ଇଣ୍ଡିଭିଜୁଆଲ ରେସ୍ପନ୍ସିବିଲିଟି ଅଧିକ ଦରକାର । ଲୋକ ସଚେତନ ହେଲେ, ସଂକ୍ରମଣକୁ ରୋକିପାରିବା । ପ୍ରଥମ ପର୍ଯ୍ୟାୟ ଏବଂ ଦ୍ବିତୀୟ ପାର୍ଯ୍ୟାୟ ଅପେକ୍ଷା ଏବେ ସଂକ୍ରମଣ ସେପରି ହୋଇନାହିଁ । କିନ୍ତୁ, ବଢୁଥିବା ସଂକ୍ରମଣ ନିଶ୍ଚିତ ଭାବେ ଚିନ୍ତାଜନକ । ସେଥିପାଇଁ କୌଣସି ବ୍ୟକ୍ତିର ଯଦି ଲକ୍ଷଣ ଜଣାପଡେ ତେବେ ନିଜକୁ ଆଇସୋଲେସନରେ ରଖିବା ଆବଶ୍ୟକ । ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details