ଭୁବନେଶ୍ବର: ଭୟଙ୍କର ରୂପ ନେଇଛି ମହାମାରୀ କୋରୋନା ଭାଇରସ ସଂକ୍ରମଣ । କୋଭିଡ 19 ଭାଇରସ ସଂକ୍ରମଣରୁ ଜେଲ କଏଦୀ ମଧ୍ୟ ବାଦ ପଡ଼ିନାହାନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କଏଦୀଙ୍କ ମୁଣ୍ଡ ନେଇ ସାରିଥିବା ବେଳେ 100ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି ଜେଲ କର୍ତ୍ତୃପକ୍ଷ । ତେବେ ରାଜ୍ୟର ୮୭ଟି ଜେଲରୁ ୪୪୯ ଜଣ କଏଦିଙ୍କୁ ପାରୋଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟର ପାଟଣାଗଡ଼ ଜେଲ, ଉଦଳା ଓ ଝାରପଡ଼ା ସହ ଅନ୍ୟ ଜେଲରେ ଅଧିକାଂଶ କୋରୋନା ସଂକ୍ରମିତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହାକୁ ଦ୍ରୁଷ୍ଟିରେ ରଖି 20 ହଜାର 25ଜଣ କଏଦୀଙ୍କ ମଧ୍ୟରୁ 2 ହଜାର କଏଦୀଙ୍କୁ ଛାଡ଼ାଯିବାକୁ ଯୋଜନା କରାଯାଉଛି । ସେପଟେ 4 ହଜାର କଏଦୀଙ୍କୁ ଦଣ୍ଡବିଧାନ ହୋଇଥିବା ବେଳେ ହୋଇଥିବା ବେଳେ 16 ହଜାର କଏଦୀ ବିଚାରଧିନ ରହିଛନ୍ତି ।
ସେପଟେ ବ୍ରହ୍ମପୁର ଜେଲରେ କୋରୋନା ସଂକ୍ରମିତ କଏଦୀଙ୍କ ପାଇଁ ଆରମ୍ଭ ହୋଇଛି କୋଭିଡ଼ କେୟାର ସେଣ୍ଟର । ସେହିଭଳି ଅନେକ ଜେଲରେ କୋଭିଡ ଆକ୍ରାନ୍ତ କଏଦୀଙ୍କୁ ପୃଥକବାସରେ ରଖାଯାଉଛି । ସେହିସବୁ ସ୍ଥାନକୁ ନିୟମିତ ସାନିଟାଇଜ କରାଯାଉଥିବେ ବେଳେ ମାସ୍କ ବ୍ୟବହାର ପ୍ରତି ଧ୍ୟାନ ଦିଆଯାଉଛି । ତା ସାଙ୍ଗକୁ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଅଭିଯୁକ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଥିଲେ ହିଁ ଜେଲରେ ରହିବାକୁ ଅନୁମତି ମିଳୁଛି । କୋଭିଡ ପଜିଟିଭ ଥିଲେ କୋଭିଡ ସେଣ୍ଟରରେ ଚିକିତ୍ସା କରାଯାଉଛି ।