ଭୁବନେଶ୍ବର: ବିଏମସିର ଦକ୍ଷିଣ ପୂର୍ବ ଜୋନ ପକ୍ଷରୁ COVID-19 ସଚେତନତା ଉପରେ 'ସମ୍ପର୍କ ଅଭିଯାନ' ଆରମ୍ଭ । ଆଜି(ଗୁରୁବାର) ଅପରାହ୍ନରେ ବିଏମସି ଦକ୍ଷିଣ ପୂର୍ବ ଜୋନ ପକ୍ଷରୁ COVID-19 ସଚେତନତା ଉପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କୋରୋନା ସଚେତନତା ନେଇ 'ସମ୍ପର୍କ ଅଭିଯାନ' ଆରମ୍ଭ - କୋରୋନା ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ବର
ଭୁବନେଶ୍ବର ଦକ୍ଷିଣ ପୂର୍ବ ଜୋନ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ 'ସମ୍ପର୍କ ଅଭିଯାନ' ଆରମ୍ଭ । ଅଧିକ ପଢନ୍ତୁ....
କୋରୋନା ସଚେତନତା ନେଇ 'ସଂପର୍କ ଅଭିଯାନ' ଆରମ୍ଭ
ଶହୀଦ ନଗର କଲ୍ୟାଣ ମଣ୍ଡପରେ ୱାର୍ଡ ନମ୍ବର 30ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଉତ୍ତର ଜୋନ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବିଏମସି ଡେପୁଟି କମିଶନର ଅଂଶୁମାନ ରଥ ଯୋଗ ଦେଇଥିଲେ । ସେହିପରି ଆରଡବ୍ଲୁଏସ୍, ଏସଜିଜି, ପୂଜା କମିଟି, ମାର୍କେଟ କମିଟିର ସଭ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ । କୋରୋନା ସହ କିପରି ଲଢ଼ିବେ ଓ ସଚେତନ ରହିବେ ସେ ସମ୍ପର୍କରେ ସେମାନଙ୍କୁ ବୁଝାଯାଇଛି । ଏଥିସହ କୋରୋନା ମୁକାବିଲା ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ