ଭୁବନେଶ୍ବର: ମହାମାରୀ କୋରୋନା ପାଇଁ ସଚେତନତା ସୃଷ୍ଟି କରି ତିଆରି ହୋଇଥିବା ଆଲବମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ପିତ କରାଯାଇଛି । ନବୀନଙ୍କ କୋଭିଡ ସଚେତନତା ବାର୍ତ୍ତାରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ଏହି ଆଲବମରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ଆଲବମକୁ ବିଜେଡି ସାଂସ୍କୃତିକ ସାମୁଖ୍ୟର ଆବାହକ ରବି ନାରାୟଣ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।
ଅକ୍ଟୋବର ୨ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସଚେତନତା ବାର୍ତ୍ତା ଦେଇଥିଲେ । ଏହାକୁ ପାଳନ କରିବା ସହ ଉତ୍ସାହ ଓ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ସଚେତନତା ବାର୍ତ୍ତା ପାଇଁ ଆଗେଇ ଆସିଥିଲେ ।