ଭୁବନେଶ୍ବର: ବୁର୍ଲା ଭିସୁଟରେ ମିଛ କୋରୋନା ରିପୋର୍ଟ ନେଇ ଚାଲିଛି ତନାଘନା । 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଓଏସଏମସି ଦେଇଛି ନୋଟିସ। ଆଣ୍ଟିଜେନ କିଟ୍ ଯୋଗାଇଥିବା କମ୍ପାନୀକୁ ଏବଂ ଦିଲ୍ଲୀର ଓସ୍କାର ମେଡିକେୟାର କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରି ୩ ଦିନ ଭିତରେ ଉତ୍ତର ଦେବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଜଣାଇଛି ।
କୋରୋନା ଆଣ୍ଟିଜେନ୍ ଯୋଗାଣ କରୁଥିବା ୨ଟି ସଂସ୍ଥାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ନୋଟିସ୍ ଜାରି କରିଛି । ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ହରିଆଣା ଅମ୍ବାଲାର ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଦିଲ୍ଲୀ ଓଖଲାର ଓସ୍କାର ମେଡିକେୟାର ପ୍ରାଇଭେଟ୍ ଲିମିଟେଡକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।