ଓଡିଶା

odisha

ETV Bharat / city

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି, ସବୁ ଜିଲ୍ଲାପାଳ ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି - କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ କୋଭିଡ ମୁକାବିଲା ଓ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ସବୁ ଜିଲ୍ଲାପାଳ ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି
ସବୁ ଜିଲ୍ଲାପାଳ ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି ସବୁ ଜିଲ୍ଲାପାଳ ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

By

Published : Apr 2, 2021, 5:43 PM IST

ଭୁବନେଶ୍ବର: ସବୁ ଜିଲ୍ଲାପାଳ ଓ CDMOଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ କୋଭିଡ ମୁକାବିଲା ଓ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ହସ୍ପିଟାଲରେ ଶଯ୍ୟା, ଅକ୍ସିଜେନ, ଆଇସିୟୁ, ଏଚଡିୟୁ, ଡାଇଲିସିସ୍‌, ଲେବର ରୁମ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ଚିଠିରେ ଲେଖିଛନ୍ତି ପ୍ରଦୀପ୍ତ ମହାପାତ୍ର । ଫାଭିପିରାଭିର ଓ ରେମ୍‌ଡିସିଭର ମହଜୁଦ ରଖିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ହୋମ୍‌ ଆଇସୋଲେସନରେ SOP କଡ଼ାକଡ଼ି କରାଯାଉ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details