ଭୁବନେଶ୍ବର:ରାଜ୍ୟରେ ଘୋର ଟିକା ଅଭାବ ଦେଖାଦେଇଛି । 45 ବର୍ଷରୁ ଉର୍ଦ୍ଧ ଟୀକାକରଣ ଲାଗି ଆଜି ଓଡିଶାରେ ପହଞ୍ଚିବ 50 ହଜାର କୋଭିସିଲ୍ଡ ସହ 50 ହଜାର କୋଭାକ୍ସିନ ଟିକା। ଏ ସମସ୍ତ ଟିକା କେନ୍ଦ୍ର ସରକାର ରଜ୍ୟକୁ ଯୋଗାଇ ଦେବେ।
ଆଜି ରାଜ୍ୟରେ ପହଞ୍ଚିବ 50 ହଜାର କୋଭିସିଲ୍ଡ, 50 ହଜାର କୋଭାକ୍ସିନ ଟିକା - କୋଭାକ୍ସିନ ଭ୍ୟାକ୍ସିନ
ରାଜ୍ୟରେ ଘୋର ଟିକା ଅଭାବ । ରାଜ୍ୟରେ ପହଞ୍ଚିବ 50 ହଜାର କୋଭିସିଲ୍ଡ ସହ 50 ହଜାର କୋଭାକ୍ସିନ ଟିକା। ଅଧିକ ପଢନ୍ତୁ...
18 ବର୍ଷ ରୁ 44 ବର୍ଷ ବର୍ଗଙ୍କ ଟୀକାକରଣ ପାଇଁ ଆସନ୍ତା ଜୁନ 7 ତାରିଖରେ ଓଡିଶାକୁ ଆସିବ 26 ହଜାର ଡୋଜ କୋଭାକ୍ସିନ ଟିକା। ସେହିପରି ଭାବରେ ଜୁନ 9 ତାରିଖରେ 2 ଲକ୍ଷ 27 ହଜାର 750 ଡୋଜ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି । ଏ ସମସ୍ତ ଟିକା ରାଜ୍ୟ ସରକାର କମ୍ପାନୀ ମାନଙ୍କଠାରୁ କିଣିବେ। 18 ବର୍ଷରୁ 44 ବର୍ଷ ବ୍ୟକ୍ତି ବିଶେଷଙ୍କ ଲାଗି ଏହି ଟୀକା ବ୍ୟବହାର କରାଯିବ। ବର୍ତ୍ତମାନ 18 ରୁ 44 ବର୍ଷ ବ୍ୟକ୍ତି ବିଶେଷଙ୍କ ଲାଗି ଏହି ଟିକା କାରଣ ଲାଗି 8980 ଡୋଜ କୋଭାକ୍ସିନ ଟିକା ଓ 18690 ଡୋଜ କୋଭିସିଲଡ଼ ଟୀକା ମହଜୁଦ ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ