ଭୁବନେଶ୍ବର:ଖୋଲିବ ନକଲି ଡାକ୍ତରର ଠକ ପେଡ଼ି । କେତ ସତ କେତେ ମିଛ କହିଛନ୍ତି ତାହା ଖୋଜିବ ପୋଲିସ । ଏଥିପାଇଁ କୋର୍ଟ ଠକ ରମେଶ ସ୍ବାଇଁର ଲାଇ ଡିଟେକ୍ସନ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ବୁଧବାର ଦିନ ରମେଶ ସ୍ବାଇଁର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି ।
ସତମିଛର ଚିଠା କାଢ଼ିଵାକୁ ପୋଲିସ ପ୍ରସ୍ତୁତ କରିଛି ୨୦୦ ପ୍ରଶ୍ନ । ଠକ ଡାକ୍ତରର କେତୋଟି ପତ୍ନୀ ? କେତେ କୋଟି ଠକିଛନ୍ତି ଠକ ଡାକ୍ତର ? କାହା ନାଁରେ ରଖୁଥିଲେ ସମ୍ପତ୍ତି । ପରିବାର ଲୋକ ଏନେଇ ଡାକ୍ତର ସହ ଠକେଇରେ ସାମିଲ ଅଛନ୍ତି କି ନାହିଁ । ସବୁ ଠକେଇରେ ଦ୍ବିତୀୟ ପତ୍ନୀଙ୍କ ଭୂମିକା କଣ ? ଠକେଇରେ ଆଉ କାହାର ସମ୍ପୃକ୍ତି ରହିଛି ? ସବୁ ସତମିଛ ଧରିବ ପଲିଗ୍ରାଫ୍ ମେସିନ । ବୁଧବାର ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇଛି ପୋଲିସ ।