ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ହେବ ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି ।
ବାଲେଶ୍ବରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସଭିଏମ କଲେଜରେ ତିର୍ତ୍ତୋଲର ଭୋଟ ଗଣତି ହେବ । କୋଭିଡ ନିୟମ ଅନୁସାରେ ଭୋଟ ଗଣତି ହେବ । ଗୋଟିଏ ରୁମରେ 14 ଟେବୁଲ ବଦଳରେ 7 ଟେବୁଲ, 3ଟି କାଉଣ୍ଟିଂ ହଲ ରହିଛି । 67 ଆରଓ ଓ ଏଆରଓ । ବାଲେଶ୍ଵର ପାଇଁ 3ଟି ଏଆରଓ ଓ ତିର୍ତ୍ତୋଲ ପାଇଁ 2ଟି ଏଆରଓ ରହିଛି । ପ୍ରଥମେ ପୋଷ୍ଟାଲ ବାଲାଟରେ ଗଣତି ହେବ ଏବଂ ସାଢେ 8ଟାରୁ ଇଭିଏମ ଗଣନା ଆରମ୍ଭ ହେବ । ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର, ୱାୟାରଲେସ ବ୍ୟାରିକେଡ, ଟ୍ରାନ୍ସପାରେଣ୍ଟ ପଲିଥିନ ସିଟ୍ ରହିବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି।