ଭୁବନେଶ୍ବର:ପୌର ଉପାଧ୍ୟକ୍ଷ ନିର୍ବାଚନରେ ଦଳ ବଦଳ ବିରୋଧ ଆଇନ ଲାଗୁ ହେବ । ନିୟମାନୁସାରେ ଦଳୀୟ କାଉନସିଲର ନିଜ ପ୍ରାର୍ଥୀଙ୍କ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ । ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରୁ ଓହରି ଚାଲିବେ ।
ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ ।