ଓଡିଶା

odisha

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ

By

Published : Apr 14, 2022, 4:42 PM IST

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 12 ତାରିଖରେ ଶେଷ ହୋଇଛି । ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି ପରିଷଦ । ଏନେଇ ବିଜ୍ଞପ୍ତି ପରିଷଦ ପକ୍ଷରୁ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ
ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 12 ତାରିଖରେ ଶେଷ ହୋଇଛି । ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ଥିଓରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରିଛି ପରିଷଦ । ଏନେଇ ବିଜ୍ଞପ୍ତି ପରିଷଦ ପକ୍ଷରୁ ପ୍ରକାଶ ପାଇଛି । 2021 ମାର୍ଚ୍ଚ 4 ଓ ଏପ୍ରିଲ 9 ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ 50 ପ୍ରତିଶତ ମାର୍କ ଏକ ନମ୍ବରର ମଲ୍ଟିପୁଲ ଚଏସ ଆସିବ ।

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଜାରି କଲା ପରିଷଦ, 50 ମାର୍କର ମଲ୍ଟିପୁଲ ଚଏସ

ସେହିପରି 30 ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା 2/3 ମାର୍କର ପ୍ରଶ୍ନ ରହିବ । 20 ପ୍ରତିଶତ ମାର୍କ ଦୀର୍ଘମୂଳକ ଉତ୍ତର ତଥା 5 ମାର୍କ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଦ୍ବନ୍ଦ୍ବ ଦୂର କରିବାକୁ ପରିଷଦ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ରର ଢାଞ୍ଚା ପରିଷଦ ୱେବ୍‌ସାଇଟ୍‌ (www.chseodisha.nic.in)ରେ ଛଡ଼ାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଶୃଙ୍ଖଳିତ ଭାବେ ସରିଥିବା ବେଳେ ଆସନ୍ତା 23 ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଓ ଉତ୍ତର ଖାତା ପରିଷଦ ନିକଟରେ ଦାଖଲ କରିବାକୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details