ଓଡିଶା

odisha

ETV Bharat / city

ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ, ବଢିଲା ଦୈନିକ ଖାଇବା ଖର୍ଚ୍ଚ - ଟେଷ୍ଟି ଖାଦ୍ୟ ଖାଇବେ କଏଦୀ

ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ । ଦୈନିକ ମିଲ ଖର୍ଚ୍ଚ ୬୪ ରୁ ୮୦ ଟଙ୍କା ବୃଦ୍ଧି ହୋଇଛି । ପୂର୍ବା ଅପେକ୍ଷା ଆହୁରି ଭଲ ମାନର ଖାଦ୍ୟ ମିଳିବ ଜେଲରେ । କାରଣ ଖାଦ୍ୟ ମିଲ ଖର୍ଚ୍ଚ ୬୪ ରୁ ବଢାଯାଇଛି ୮୦ ଟଙ୍କାକୁ। ଅର୍ଥାତ ଦୈନିକ ଜଣେ କଏଦୀ ୮୦ ଟଙ୍କାର ଖର୍ଚ୍ଚରେ ଦିନ ସାରା ଖାଦ୍ୟ ଖାଇବେ । ଅଧିକ ପଢନ୍ତୁ

ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ
ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ

By

Published : Apr 18, 2022, 10:38 PM IST

ଭୁବନେଶ୍ବର: ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ । ଦୈନିକ ମିଲ ଖର୍ଚ୍ଚ ୬୪ ରୁ ୮୦ ଟଙ୍କା ବୃଦ୍ଧି ହୋଇଛି । ପୂର୍ବା ଅପେକ୍ଷା ଆହୁରି ଭଲ ମାନର ଖାଦ୍ୟ ମିଳିବ ଜେଲରେ । କାରଣ ଖାଦ୍ୟ ମିଲ ଖର୍ଚ୍ଚ ୬୪ ରୁ ବଢାଯାଇଛି ୮୦ ଟଙ୍କାକୁ । ଅର୍ଥାତ ଦୈନିକ ଜଣେ କଏଦୀ ୮୦ ଟଙ୍କାର ଖର୍ଚ୍ଚରେ ଦିନ ସାରା ଖାଦ୍ୟ ଖାଇବେ । ଯାହାକି ୨ ହଜାର ୮୧୬ କିଲୋ କ୍ୟାଲୋରିର ବୋଲି ଜେଲ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏଥି ସହ ଜେଲରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର‌ପାଇ ନିରାମୟ ଯୋଜନାରେ ସାମିଲ କରାଯାଇଛି ଜେଲ ବିଭାଗକୁ । ଫଳରେ ଏଣିକି ମାଗଣା ଔଷଧ ମିଳିବ ନିରାମୟ ଯୋଜନାରେ । ଯାହାକୁ ନେଇ ଜେଲ ହସପିଟାଲ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ଔଷଧ ନିଗମ ପକ୍ଷରୁରୁ ଔଷଧ ସଂଗ୍ରହ ପାଇ ଜେଲ ବିଭାଗକୁ ଚିଠି କରାଯାଇଛି ।

ଜେଲରେ ଟେଷ୍ଟି ଖାଦ୍ୟ ଖାଇବେ କଏଦୀ

ସେହିପରି ସ୍ବାସ୍ଥ୍ୟ ସେବା ପାଇଁ ଏଥର ବଜେଟରେ ବିଶେଷ ଅର୍ଥ ମଞ୍ଜୁରୀ ହୋଇଛି । ଫଳରେ ଜେଲରେ ବିପି ମେସିନ, ଅକ୍ସିମିଟର ଓ ଅନ୍ୟାନ୍ୟ ଭେଣ୍ଟିଲେଟର ମେସିନ ଲଗାଇବାକୁ ବ୍ୟୟ ବରାଦ କରାଯାଇଛି। ଏଥିସହ ଜେଲ ଡାକ୍ତରଙ୍କ ସଖ୍ୟା ୧୮ ରୁ ଆହୁରି ୧୭ବୃଦ୍ଧି କରାଯାଇ ମୋଟ ୨୫ ରେ ପହଁଛି ଡାକ୍ତରଙ୍କ ସଂଖ୍ୟା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details