ଓଡିଶା

odisha

ETV Bharat / city

ଆବାସ ଯୋଜନାର ଦୁର୍ନୀତି; ପ୍ରମାଣ ଦେଲା ବିଜେପି - corruption in awas yojana

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି । ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା କହିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 13, 2019, 1:52 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି । ମାହାଙ୍ଗା ନିର୍ବାଚନମଣ୍ଡଳୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କଲା ଦଳ । ପୂର୍ବରୁ ବିଜେପିର ଅଭିଯୋଗକୁ ନେଇ ପ୍ରମାଣ ମାଗିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା କହିଛି ଦଳ । ଏହି ଅବସରରେ ବିଜେପି ନେତା ଶାରଦା ପ୍ରଧାନ କହିଛନ୍ତି,‘ତାଙ୍କ ପାଖରେ 5000ରୁ ଅଧିକ ଦୁର୍ନୀତି ଘଟଣାରେ ପ୍ରମାଣ ରହିଛି ।’ ଏହା ସହ ନୃତାଙ୍ଗ ପଞ୍ଚାୟତର 4 ଜଣ ଧନୀ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ମଧ୍ୟ ସେ କହିଛନ୍ତି । 4 ଜଣଙ୍କ ଭିତରୁ କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତ୍ରିଲୋଚନ ସ୍ବାଇଁଙ୍କ ସହ ବାକି 3 ଜଣ ବି ବିଜେଡି ନେତା ବୋଲି ସେ କହିଛନ୍ତି।

ସେହି ଗାଁର 5 ଜଣ ଗରିବ ଲୋକଙ୍କ ତଥ୍ୟ ଦେଇ ଗରିବଙ୍କୁ ଆବାସ ମିଳୁ ନ ଥିବା ବେଳେ ଧନୀଙ୍କୁ ମିଳୁଥିବା ବିଜେପି କହିଛି । ଏହା ସହ ଗୋଟିଏ ପରିବାରର ବାପ-ପୁଅଙ୍କୁ ଘର ମିଳିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଭେଟିବାକୁ ସୁଯୋଗ ଦେଲେ ସମସ୍ତ ପ୍ରମାଣ ଦାଖଲ କରାଯିବ ବୋଲି କହିଛି ଦଳ। ତେବେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ପୁଷ୍ଠପୋଷକତାରେ ଏସବୁ ହେଉଥିବାରୁ ତାଙ୍କର ଇସ୍ତଫା ମଧ୍ୟ ଦାବି କରିଛି ଦଳ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details