ଭୁବନେଶ୍ବର: ରୀଜଧାନୀ ଭୁବନେଶ୍ବରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ରାଜ୍ଯସ୍ତରୀୟ ଉତ୍ସବ ଚାଲୁଅଛି । ରବୀନ୍ଦ୍ର ମଣ୍ଡପରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଏଥିରେ ମୁଖ୍ଯମନ୍ତ୍ରୀଙ୍କ ସହ ଭିଜିଲାନସ ନିର୍ଦ୍ଦେଶକ, ପୋଲିସ ମହାନିର୍ଦ୍ଦେଶକ, ଭିଜିଲାନ୍ସ ଅଧିକାରୀ ଓ ଅନ୍ଯାନ୍ଯ ସ୍କୁଲ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । ଏ ବର୍ଷ ଥିମ ରହିଛି ସଚ୍ଚୋଟତା ଏକ ଜୀବନଶୈଳୀ (ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ) । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଶପଥପାଠ କରାଇଛନ୍ତି । ଏହାସହ ପୋଲିସ ଅଫିସର ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ବାଣ୍ଟିଛନ୍ତି ।
ଭିଜିଲାନ୍ସ କେସ:
ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୫୦ଟି ଭିଜିଲାନ୍ସ ସମ୍ପର୍କୀୟ ଫୋଜଦାରୀ ମାମଲାରେ ୪୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେଥି ମଧ୍ଯରୁ କ୍ଲାସ ୧ ଅଫିସର ୩୪ ଜଣ, କ୍ଲାସ ୨ ଅଫିସର ୨୪ ଜଣ, କ୍ଲାସ ୩ ଅଫିସର ୨୩୫ଜଣ, କ୍ଲାସ ୪ ୫ଜଣ, ୨୮ଜଣ ଅନ୍ଯ ସରକାରୀ ଅଫିସର ଓ ୯୨ଜଣ ବେସରକାରୀ ଅଫିସର ରହିଛନ୍ତି ।
ଚାର୍ଜସିଟ:
ସେଥିମଧ୍ଯରେ ୧୧୨ଟି କେସରେ ୧୯୨ ଜଣ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି।ଯେଉଁଥିରେ କ୍ଲାସ ୧ ଅଫିସର ୧୧ଜଣ,କ୍ଲାସ ୨ ଅଫିସର୯ଜଣ,କ୍ଲାସ ୩ ଅଫିସର ୧୨୪ଜଣ,କ୍ଲାସ ୪ ଅଫିସର ୩ଜଣ,୭ଜଣ ଅନ୍ଯ ସରକାରି ଅଫିସର ଓ ୩୮ଜଣ ବେସରକାରି ଅଫିସର ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି
ଗିରଫ: