ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହେଉ ବା ଲାଞ୍ଚ କାରବାର। ଶିଶୁ ବିକାଶ ଆଳରେ ଘୋର ଦୁର୍ନିତୀ କରୁଛନ୍ତି ଅଧିକାରୀ। ଯାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିବାରେ ଲାଗିଛି । ଗତ ତିନି ମାସରେ ଧରାପଡିଲେଣି ୭ ଜଣ ଦୁର୍ନିତୀଗ୍ରସ୍ତ ଅଧିକାରୀ । ଯେଉଁମାନେ ସବୁ ICDS ଭାବେ କାମ ରୁଛନ୍ତି।
ଭିଜିଲାନ୍ସ ରେକର୍ଡ କହୁଛି ଗତ ୨୪ ଅଗଷ୍ଟରେ ଧରାପଡିଥିଲେ ଭଦ୍ରକ ସିଡିପିଓଙ୍କ ମହିଳା ସୁପରଭାଇଜର ମଲ୍ଲିଲତା ଦାସ । ୧୪ ସେପ୍ଟେମ୍ବରରେ କୋରଡକଣ୍ଟାର ଅଙ୍ଗନୱାଡି କର୍ମୀ ମଲ୍ଲିଲତା ଦାସ । ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହାବାଦ ୩୦ ସେପ୍ଟେମ୍ବରରେ ବାଲେଶ୍ବର ଧରାପଡିଥିଲେ ନୀଳଗିରି ସିଡିପିଓ ICDS ସୁପରଭାଇଜର ସୁବର୍ଣ୍ଣା ସିଂ।