ଓଡିଶା

odisha

ETV Bharat / city

ଡେଲିଭରି କରିବା ଆଳରେ ନିଜେ ନେଉଥିଲା କୋରିୟର ବୟ, ବାନ୍ଧିଲା ପୋଲିସ - ଲୁଟେରା ସାଜିଲା ଡେଲିଭେରି ବୟ

ଲୁଟେରା ସାଜିଲା କୋରିୟର ବୟ । ଲକ୍ଷାଧିକ ଟଙ୍କାର ଲୁଟ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଡେଲିଭରି କରିବା ଆଳରେ ନିଜେ ନେଉଥିଲା କୋରିୟର ବୟ
ଡେଲିଭରି କରିବା ଆଳରେ ନିଜେ ନେଉଥିଲା କୋରିୟର ବୟ

By

Published : Jul 18, 2021, 8:25 AM IST

ଭୁବନେଶ୍ବର:ଆଇଫୋନ ଦେଖି ଲୋଭେଇଗଲା କୋରିୟର ବୟ । ଡେଲିଭରି କରିବା ଆଳରେ ନିଜେ ନେଇ ବ୍ୟବହାର କଲା । ଏମିତି ଢଙ୍ଗରେ ଗୋଟିଏ ପରେ ଗୋଟିଏ କୋରିୟର ଜିନିଷ ଲୁଟ କରିଚାଲିଥିଲା କୋରିୟର ବୟ । ଆଉ ଶେଷରେ ଅଭିଯୋଗ ପରେ କୋରିୟର ବୟର କଳାକାରନାମାରେ ପଡିଲା ପୂର୍ଣ୍ଣଛେଦ । ଶେଷରେ ହେଲା ଗିରଫ ।

ଡେଲିଭରି କରିବା ଆଳରେ ନିଜେ ନେଉଥିଲା କୋରିୟର ବୟ

ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରିଥିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ କୋରିୟର ବୟକୁ ଗିରଫ କରିଛି । ୟୁନିଟ-୪ ଆଖଣ୍ଡଳମଣି ବସ୍ତି ଅଞ୍ଚଳର ବିକି ସେଠୀ ନାମକ ଯୁବକଙ୍କୁ ଗିରଫ କରିଛି କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଠାରୁ ୧୬ ହଜାର ଟଙ୍କା ମୂଲ୍ୟର କୋରିଅର ସାମଗ୍ରୀ ଜବତ କରାଯାଇଛି।

ସୂଚନା ମୁତାବକ ଗିରଫ ଅଭିଯୁକ୍ତ ଜଣକ ଗତ ମେ ୧୨ ଠାରୁ ଏକ କୋରିୟର ସଂସ୍ଥାରେ ବିତରକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲା । ନିୟମିତ ଭାବେ ସେ ବିତରଣ କାର୍ଯ୍ୟ କରିଆସୁଥିଲା । ସଂସ୍ଥା ପକ୍ଷରୁ ଗତ ଜୁନ ୨ ତାରିଖରେ ୧ ଲକ୍ଷ ୪ ହଜାର ଟଙ୍କା ମୂଲ୍ୟର ୩୭ଟି ସାମଗ୍ରୀ ବିତରଣ ପାଇଁ ପ୍ରଦାନ କରାଯାଇଥିଲା।

ତେବେ ଗିରଫ ଅଭିଯୁକ୍ତ ସାମଗ୍ରୀ ବିତରଣ କରି ସେହି ଟଙ୍କାକୁ ଆତ୍ମସାତ କରିନେଇଥିଲା । ପରେ ସଂସ୍ଥା ଏରିଆ ମ୍ୟାନେଜର ମଳୟ ରାଉତ ଅଭିଯୁକ୍ତକୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନଥିଲା । ପରେ ସେ ୧୬ ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଶନିବାର ଅଭିଯୁକ୍ତ ବିକି ସେଠୀକୁ ଗିରଫ କରି ଅଦାଲତକୁ ପଠାଇ ଦେଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details