ଓଡିଶା

odisha

ETV Bharat / city

ଶପଥ ଗ୍ରହଣ ପୂର୍ବରୁ ରାସ୍ତାରେ ମରାମତି ଦାବିରେ କର୍ପୋରେଟରଙ୍କ ଧାରଣା - କର୍ପୋରେଟରଙ୍କ ଧାରଣା

ଶପଥ ଗ୍ରହଣ ପୂର୍ବରୁ ବିଦ୍ରୋହୀ କର୍ପୋରେଟରଙ୍କ ଧାରଣା । ପ୍ରତିଶ୍ରୁତି ଦେଇଥିଲେ ଦଳ ନୁହେଁ ୱାର୍ଡର ବିକାଶକୁ ଯିଏ ଆଗକୁ ନେବ ତାଙ୍କୁ ଭୋଟ ଦିଅନ୍ତୁ । ଅଧିକ ପଢନ୍ତୁ

ଶପଥ ଗ୍ରହଣ ପୂର୍ବରୁ ରାସ୍ତାରେ ମରାମତି ଦାବିରେ କର୍ପୋରେଟରଙ୍କ ଧାରଣା
ଶପଥ ଗ୍ରହଣ ପୂର୍ବରୁ ରାସ୍ତାରେ ମରାମତି ଦାବିରେ କର୍ପୋରେଟରଙ୍କ ଧାରଣା

By

Published : Mar 30, 2022, 10:37 PM IST

ଭୁବନେଶ୍ବର:ଶପଥ ଗ୍ରହଣ ପୂର୍ବରୁ ବିଦ୍ରୋହୀ କର୍ପୋରେଟରଙ୍କ ଧାରଣା । ପ୍ରତିଶ୍ରୁତି ଦେଇଥିଲେ ଦଳ ନୁହେଁ ୱାର୍ଡର ବିକାଶକୁ ଯିଏ ଆଗକୁ ନେବ ତାଙ୍କୁ ଭୋଟ ଦିଅନ୍ତୁ । ଆଉ ତାଙ୍କର ଏହି ପ୍ରତିଶ୍ରୁତିକୁ ଭୋଟ ମାଧ୍ୟମରେ ୱାର୍ଡବାସୀ ପ୍ରତିଫଳନ କରିଥିବାରୁ ବା ବିଶ୍ୱାସ ରଖିଥିବାରୁ ୩୭ ୱାର୍ଡର କର୍ପୋରେଟର ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ।

ଶପଥ ଗ୍ରହଣ ପୂର୍ବରୁ ରାସ୍ତାରେ ମରାମତି ଦାବିରେ କର୍ପୋରେଟରଙ୍କ ଧାରଣା

ଆଉ ଜିତିବାର ୪ ଦିନ ପରେ ୱାର୍ଡର ମରଣଯନ୍ତା ପାଲଟିଥିବା ରାସ୍ତାର ମରାମତିକୁ ନେଇ ଧାରଣାରେ ବସିଛନ୍ତି। ସମର୍ଥନଙ୍କ ସହ ଅନିଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ସାଧାରଣ ୱାର୍ଡବାସୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ବିଏମସି କିମ୍ବା ସରକାର ନୟପାଲୀର ଏହି ୱାର୍ଡର ରାସ୍ତାର ସମସ୍ୟା ବୁଝି ରାସ୍ତା ନିର୍ମାଣର କାର୍ଯ୍ୟଧାରା ଆରମ୍ଭ କରିନାହାନ୍ତି ସେ ଯାଏ କର୍ପୋରେଟର ଧାରଣାରେ ବସି ରହିବେ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details