ଓଡିଶା

odisha

ETV Bharat / city

କୋରୋନା ଡର: ଇଟିଭି ଭାରତର ଆହାର କେନ୍ଦ୍ରରୁ ରିୟାଲିଟି ଚେକ୍ - ଓଡିଶାରେ କୋରୋନା ସଚେତନତା ବାର୍ତ୍ତା

କୋରୋନାକୁ ନେଇ ଭୟଭୀତ ସମଗ୍ର ରାଜ୍ୟ । ଏନେଇ ସରକାର ବାରମ୍ବାର ସଚେତନତାର ଡିଣ୍ଡିମ ପିଟୁଛନ୍ତି । ତେବେ ରିୟାଲିଟି ଚେକ ପାଇଁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଛି ଇଟିଭି ଭାରତ । ଅଧିକ ପଢନ୍ତୁ...

coronavirus: reality check in bhubaneswar Aahar centre
ଆହାର କେନ୍ଦ୍ରରୁ ଇଟିଭି ଭାରତର ରିୟଲିଟି ଚେକ

By

Published : Mar 9, 2020, 11:41 PM IST

Updated : Mar 10, 2020, 9:29 AM IST

ଭୁବନେଶ୍ବର: ବଢିଚାଲିଛି କୋରୋନା ଆତଙ୍କ । ଏଥିରୁ ବର୍ତ୍ତିବା ପାଇଁ ଦିଆଯାଉଛି ସ୍ବଚ୍ଛତା ଓ ସୁରକ୍ଷିତର ବାର୍ତ୍ତା । ତେବେ ଏନେଇ କେତେ ସଚେତନ ଆମ ଆହାର କେନ୍ଦ୍ର ? ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଥିବା ଆହାର କେନ୍ଦ୍ରରେ ରିୟାଲିଟି ଚେକ କରିଛି ଇଟିଭି ଭାରତ ।

କୋରୋନା ଡର: ଇଟିଭି ଭାରତର ଆହାର କେନ୍ଦ୍ରରୁ ରିୟାଲିଟି ଚେକ୍

କୋରୋନାକୁ ନେଇ ସହରାଞ୍ଚଳ ଆହାର କେନ୍ଦ୍ରରେ ବିଶେଷ ଭାବେ ତୀକ୍ଷ୍ଣ ନଜର ରହିଛି । ସ୍ବଚ୍ଛତା ଓ ପରିମଳକୁ ଅଧିକ ଗୁରୁତ୍ବ ସହ ସାନିଟାଇଜର ଓ ସାବୁନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସରକାର ସଚେତନ ମଧ୍ୟ କରୁଛନ୍ତି । ହେଲେ ଭୁବନେଶ୍ବରର ଏହି ଆହାର କେନ୍ଦ୍ର ଅବସ୍ଥାକୁ ଦେଖିଲେ ବାସ୍ତବତା ସ୍ପଷ୍ଟ ବାରି ହୋଇପଡୁଛି । ଗୋଟିଏ ସ୍ଥାନରେ ଏକାଧିକ ଲୋକ ବସି ଖାଉଥିବାବେଳେ ହାତ ସଫା କରିବାକୁ କୌଣସି ପ୍ରକାର ବ୍ୟବସ୍ଥା ରହିନାହିଁ । ସେହିଭଳି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଅନେକ ରୋଗୀ ବି ଆହାରକେନ୍ଦ୍ରରେ ଖାଉଛନ୍ତି । ହେଲେ ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏନେଇ ଖାଇବାକୁ ଆସୁଥିବା ଲୋକାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆହାର କେନ୍ଦ୍ରରେ ଅପରିଷ୍କାର ସହ ହାତ ଧୁଆ ପାଣି ଲୋକ ପିଉଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଯେଉଁ ଥାଳିରେ ଲୋକେ ଖାଉଛନ୍ତି, ସେହି ଥାଳିକୁ ନେଇ ଗରମ ପାଣି ଥିବା ଏକ ମେସିନରେ ଧୁଆଯାଇଥାଏ । ହେଲେ ଏବେ ଉକ୍ତ ମେସିନ ଦୀର୍ଘ ଦିନ ଧରି ଖରାପ ହୋଇଯିବା କାରଣରୁ ବର୍ତ୍ତମାନ ସମୟରେ ସାଦା ପାଣିରେ ଥାଳି ଧୁଆ ହୋଉଛି । ରାଜ୍ୟରେ ଆହାର କେନ୍ଦ୍ରରେ କୋରୋନା ଭୟକୁ ନେଇ ରାଜ୍ୟର ସମସ୍ତ ପୌରାଞ୍ଚଳ ଅଧିକାରୀଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ କହିଥିଲେ ନଗର ଉନ୍ନୟନ ବିଭାଗ ସଚିବ । କିନ୍ତୁ ଖୋଦ ରାଜଧାନୀର ଆହାରକେନ୍ଦ୍ରର ଅବହେଳା ସମସ୍ତଙ୍କୁ ତାଜୁବ କରିଛି ।

ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କୋରୋନାକୁ ନେଇ ଡେଙ୍ଗୁରା ପିଟୁଥିବାବେଳେ ଖୋଦ ରାଜଧାନୀରେ ଏଭଳି ସ୍ଥିତି ସବୁ ପାରିବା ପଣିଆକୁ ପଦାରେ ପକାଇଛି । ଏନେଇ ଜନସାଧାରଣଙ୍କ ମନରେ ଭୟ ରହୁଥିବାବେଳେ ଏହା ପ୍ରତି ରାଜ୍ୟ ସରକାର ଓ ଆହାରକେନ୍ଦ୍ର କର୍ତ୍ତୃପକ୍ଷ ଦୃଷ୍ଟି ଗୋଚର କରନ୍ତୁ ବୋଲି କହିଛନ୍ତି ଲୋକେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 10, 2020, 9:29 AM IST

ABOUT THE AUTHOR

...view details