ଓଡିଶା

odisha

ETV Bharat / city

ମିଳିଲା 610 ନମୂନା ପରୀକ୍ଷା ରିପୋର୍ଟ, ୪ ପଜିଟିଭ - ସୁବ୍ରତ ବାଗଚୀ

ଓଡିଶାରେ ଆସିଲା ୬୧୦ ଜଣଙ୍କ କୋରୋନା ରିପୋର୍ଟ । ସେମାନଙ୍କ ମଧ୍ୟରୁ ୪ ପଜିଟିଭ ରହିଥିବା ସ୍ପଷ୍ଚ ହୋଇଥିବା ବେଳେ , ୮୮ଜଣ କୋରୋନା ସନ୍ଦିଗ୍ଧ ଭାବରେ ଆଇସୋଲେସନ ୱାର୍ଡରେ ରହିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଅଧିକ ପଢନ୍ତୁ...

coronavirus-official-update-by-govt-of-odisha
ଓଡିଶାରେ ଆସିଲା ୬୧୦ଜଣଙ୍କ ରିପୋର୍ଟ, ୪ପଜିଟିଭ

By

Published : Apr 1, 2020, 6:19 PM IST

ଭୁବନେଶ୍ବର: ଓଡିଶାରେ ଆସିଲା ୬୧୦ଜଣଙ୍କ ରିପୋର୍ଟ, ୪ ପଜିଟିଭ , ୮୮ଜଣ କରୋନା ସନ୍ଦିଗ୍ଧ ରହିଥିବା ଜଣାପଡିଛି । ତେବେ ପୂର୍ବରୁ ୩ଜଣ କୋରନା ଆକ୍ରାନ୍ତଙ୍କ ପରେ ଗତକାଲି ୪ର୍ଥ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଓଡିଶାରେ ଆସିଲା ୬୧୦ଜଣଙ୍କ ରିପୋର୍ଟ, ୪ପଜିଟିଭ

ଓଡିଶାର ଭଦ୍ରକରୁ ଆସିଥିଲା 4ର୍ଥ କୋରୋନା ପଜିଟିଭ । ତାଙ୍କ ସଂଶ୍ପର୍ଶରେ ୭ଜଣ ଆସିଥିବା ଜଣାପଡିଛି । ସେ ଦୁବାଇରୁ କୋଲକୋତା ଓ ପରେ ଟ୍ରେନ ଯୋଗେ ଭଦ୍ରକ ଆସିଥିଲେ। ମାର୍ଚ୍ଚ 18 ତାରିଖରେ ଭଦ୍ରକ ଷ୍ଟେସନରୁ ଅଟୋରିକ୍ସା ଯୋଗେ ଘରକୁ ଫେରିଥିଲେ । ତାଙ୍କୁ ବର୍ତ୍ତମାନ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ଅନଲାଇନ ବା 104 ଯୋଗେ 15045ଜଣ ପଞ୍ଜୀକରଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୪୩୩୨ଜଣ ବିଦେଶ ଫେରନ୍ତା ବୋଲି ଜଣାପଡିଛି। ତେବେ ଏଯାବତ ୮୮ଜଣଙ୍କ କୋରୋନା ସନ୍ଦିଗ୍ଧ ଭାବରେ ଆଇସୋଲେସନରେ ରହିଛନ୍ତି।

ସାରା ବିଶ୍ବରେ ୨୦୩ ଦେଶରେ ମହାମାରୀ କୋରନାରେ ସଂକ୍ରମିତ ହୋଇଛନ୍ତି। ସେଥିରେ ୮ ଲକ୍ଷ ୬୨ ହଜାର ୪୯୫ ଜଣ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୪୨୫୧୦ ସାରା ବିଶ୍ବରେ ମୃତ ହୋଇଛନ୍ତି । ତେବେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୦ରେ ପହଞ୍ଚିଛି । ତେବେ ମୃତକ ସଂଖ୍ୟା ୪୫ରେ ପହଞ୍ଚିଛି। ତେବେ ଆମ ପାଇଁ ଆଗମୀ ୨ ସପ୍ତାହ ଗୁରୁତ୍ବପୁର୍ଣ୍ଣ ରହିଛି। ପୃଥକ ବାସ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details