ଓଡିଶା

odisha

By

Published : Mar 21, 2020, 12:14 PM IST

ETV Bharat / city

କମିସନରେଟ ପୋଲିସର କୋରୋନା ଚିନ୍ତା; ବାଣ୍ଟୁଛି ସଚେତନତା ବାର୍ତ୍ତା

ମହାମାରୀ କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛି ଟ୍ବିନସିଟି ପୋଲିସ । ମାଇକ ଯୋଗେଁ କମିସନରେଟ ପୋଲିସ ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି । ଅଧିକ ପଢନ୍ତୁ...

_corona awarness
କମିସନରେଟ ପୋଲିସର କରୋନା ଚିନ୍ତା, ମାଇକ ଯୋଗେଁ ପ୍ରଚାର ଆରମ୍ଭ

ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ଅଣ୍ଟାଭିଡିଛି ଟ୍ବିନସିଟି ପୋଲିସ । ମାଇକ ଯୋଗେଁ କମିସନରେଟ ପୋଲିସ ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି । ଥାନା ଅଧିକାରୀଙ୍କୁ ଆରମ୍ଭକରି କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଲୋକଙ୍କ ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଦେଖାଯାଇଛି ।

କମିସନରେଟ ପୋଲିସର କରୋନା ସଚେତନତା ପ୍ରଚାର

ଭିଡ ସ୍ଥାନକୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଉଛି । ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ନହେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ୭ ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ ଆଜଭାଇଜରୀ ଜାରି ହୋଇଛି । ହାତକୁ ଭଲ ସଫା କରିବେ । ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ଘରୁ ନ ବାହାରିବେ ବାହାରିବା ପାଇଁ କୁହାଯାଉଛି । ସହରର ବିଭିନ୍ନ ଗଳିକନ୍ଦିଠୁ ଆରମ୍ଭ କରି କଲୋନି ଓ ଛକ ସ୍ଥାନରେ ବିଭିନ୍ନ ଥାନା ପକ୍ଷରୁ ହୋଇଛି ସଚେତନତା ।

ତେବେ ବିଶ୍ବବ୍ୟାପି ମହାମାରୀ କୋରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । ତେବେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବେଶ ନିୟନ୍ତ୍ରଣାଧିନ ରହିଛି । ତେବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 231ରେ ପହଞ୍ଚିଥିବା ବେଳେ, ଦେଶର ବିଭିନ୍ନ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲୁରହିଛି । ସଚେଚନତା ଓ ସତର୍କତା ହିଁ ଏହି ମହାମାରୀ ଭାଇରସ କବଳରୁ ବର୍ତ୍ତିବା ପାଇଁ ସହାୟକ ହୋଇପାରିବ । ସେଥିପାଇଁ କୋରୋନା ମୁକାବିଲା ପାଇଁ ଓଡିଶା ସରକାର, ସାଧାରଣ ଲୋକଙ୍କୁ ସଚେନତନା ଉପରେ ଗୁରୁତ୍ବ ଦେଉଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details