ଭୁବନେଶ୍ବର: ବିନା ସୁରକ୍ଷା କବଚରେ ଯୁଦ୍ଧ ଲଢୁଛନ୍ତି କୋରୋନା ଯୋଦ୍ଧା । ନା ଅଛି ଗ୍ଲୋବ୍ସ, ନା ଅଛି ମାସ୍କ । ସାନିଟାଇଜର ତ ଦୂରର କଥା । ତଥାପି ପ୍ରତିଦିନ ଏଘରୁ ସେ ଘର, ଏ କଲୋନୀରୁ ସେ କଲୋନୀ ବୁଲି ବୁଲି ନିଜ କର୍ତ୍ତବ୍ୟ କରିଚାଲିଛନ୍ତି କୋରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ଏହି ସଫେଇ କର୍ମଚାରୀ ।
କୋରୋନା ମୁକାବିଲା ଲାଗି ସ୍ବଚ୍ଛତା ଏକ ପ୍ରମୁଖ ଅସ୍ତ୍ର ହୋଇଥିବାବେଳେ ଏମାନେ କିନ୍ତୁ ବିନା ସୁରକ୍ଷା କବଚରେ ନଡରି କାର୍ଯ୍ୟ ସମ୍ପାଦିତ କରୁଥିବା ଦେଖିବାକୁ ମିଳୁଛି ।