ଓଡିଶା

odisha

ETV Bharat / city

'ବାୟୁରୁ ବ୍ୟାପୁଛି କୋରୋନା ଭୂତାଣୁ' - କୋରୋନା ଜୀବାଣୁ

କୋରୋନା ଭୂତାଣୁ ବାୟୁରୁ ବ୍ୟାପୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

'ବାୟୁରୁ ବ୍ୟାପୁଛି କୋରୋନା ଜୀବାଣୁ'
'ବାୟୁରୁ ବ୍ୟାପୁଛି କୋରୋନା ଜୀବାଣୁ'

By

Published : Apr 17, 2021, 1:56 PM IST

ଭୁବନେଶ୍ବର: କୋରୋନା ମହାମାରୀର ପ୍ରଥମ ଲହରୀ ଅପେକ୍ଷା ଦ୍ବିତୀୟ ଲହରୀ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦୈନିକ ହଜାର ହଜାର ଲୋକ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । କୋରୋନା ଜଣଙ୍କଠାରୁ 30 ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଏହି ଜୀବାଣୁ ବାୟୁମଣ୍ଡଳରେ ବ୍ୟାପୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

'ବାୟୁରୁ ବ୍ୟାପୁଛି କୋରୋନା ଜୀବାଣୁ'

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ସରକାର କୋରୋନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । କୋରୋନାର ଚେନକୁ ଭାଙ୍ଗିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଆଜିଠୁ(ଶନିବାର) ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟ ଡାଉନ ଓ ଲକ ଡାଉନ ଲାଗୁ କରାଯାଇଛି । ଛତିଶଗଡ଼ରୁ ଯେଉଁମାନେ ଆସୁଛନ୍ତି ସେମାନେ ସଂକ୍ରମଣକୁ ନେଇ ଆସୁଛନ୍ତି । ଜଣଙ୍କଠାରୁ 30 ଜଣ ସଂକ୍ରମଣ ହେଉଛନ୍ତି । ତେବେ କୋରୋନା ଡ୍ରପଲେଟ ବାୟମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି ।

ରାତି 9ଟା ବେଳେ କର୍ଫ୍ୟୁ ଲାଗୁ ହେଉଛି ବୋଲି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ । ଅମାନିଆଙ୍କ ପାଇଁ ସଂକ୍ରମଣ ଅଧିକ ବଢୁଛି ବୋଲି ବିଜୟ କହିଛନ୍ତି । ମାସ୍କ ପିନ୍ଧିବା ସହିତ ସରକାରଙ୍କ କୋଭିଡ଼ ନିୟମକୁ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ କୋରୋନା ସ୍ଥିତିକୁ ସରକାର ପରଖୁଛନ୍ତି । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ମଧ୍ୟ କରାଯାଉଛି । ଯଦି ଆଗକୁ ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ତାଙ୍କୁ ଘରୋଇ ସଙ୍ଗରୋଧରେ ରଖିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details