ଭୁବନେଶ୍ବର :ପୁଣି ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ମାମଲାକୁ ନଜରରେ ରଖି ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପୂର୍ବ ଦିନମାନଙ୍କରେ ସଂକ୍ରମଣ ଦେଖିଲେ କିଛି ଦିନ ହେଲା ବଢି ବଢି ଚାଲିଛି । ଯେଉଁ ସର୍ଭିଲାନ୍ସ କରାଯାଉଛି ସେଥିପାଇଁ ସଂକ୍ରମଣ ଅଧିକ ଚିହ୍ନଟ ହେଉଛନ୍ତି । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରନ୍ତୁ । ଯାହା ଫଳରେ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ପଦକ୍ଷେପ କଣ ନିଆଯିବ ସେନେଇ ଉଚିତ ପଦକ୍ଷେପ ନେବେ। ପ୍ରିକସନ ଠିକ ଭାବରେ ନନେଲେ ଏହି ସଂଖ୍ୟା ବଢ଼ିପାରେ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।