ଓଡିଶା

odisha

ETV Bharat / city

କୋରୋନା ଭୟ; କାଲିଠୁ ବନ୍ଦ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ - କରୋନା ଭୟରେ ବନ୍ଦ ରହିବ ବଟାନିକାଲ ଗାର୍ଡେନ

କୋରୋନା ଭୟରେ ଆସନ୍ତାକାଲିଠାରୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ। ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସ୍ଥିର କରିଛି। ଅଧିକ ଖବର ପଢନ୍ତୁ...

corona virus fear
କରୋନା ଭୟ,କାଲିଠାରୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ

By

Published : Mar 14, 2020, 2:14 PM IST

Updated : Mar 14, 2020, 3:10 PM IST

ଭୁବନେଶ୍ବର: କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ଆତଙ୍କିତ ହୋଇପଡିଛନ୍ତି ରାଜ୍ୟବାସୀ। ସବୁଠି ଭୟର ବାତାବରଣ। କୋରୋନା ଭୟରେ ଆସନ୍ତାକାଲିଠାରୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ।

କରୋନା ଭୟ,କାଲିଠାରୁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ

କୋରୋନା ଭାଇରସର ଆତଙ୍କରେ ରାଜ୍ୟବାସୀ ଆତଙ୍କିତ। ଏହାକୁ ନେଇ ରାଜ୍ୟର ଅନ୍ୟତମ ପ୍ରାଣୀ ଉଦ୍ୟାନ ତଥା ନନ୍ଦନକାନନକୁ ଆସନ୍ତାକାଲି ଠାରୁ ଆରମ୍ଭ କରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଯେ ପର୍ଯ୍ୟନ୍ତ କୋରୋନାର ସ୍ଥିତି ନସୁଧୁରୁଛି ସେ ପର୍ଯ୍ୟନ୍ତ ବନ୍ଦ ରହିବା କହିବା ଅସମ୍ଭବ। କିନ୍ତୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସ୍ଥିର କରିଛି।

ଲୋକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଡେ଼ପୁଟି ଡ଼ାଇରେକ୍ଟର ଜୟନ୍ତ ଦାସ। ଏନେଇ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ଏକ ସ୍ଥାନରେ ଅଧିକ ଜନଗହଳି ନହେବା ପାଇଁ ବାରଣ କରାଯାଇଛି। ଏହାସହ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ, ପାର୍କ, ସିନେମା ହଲ, ସୁମିଙ୍ଗ ପୁଲ, ପ୍ରାଣୀ ଉଦ୍ୟାନ ଆଦି ବନ୍ଦ ରହିବ।

ଭୁବନେଶ୍ବରରୁ ବିକାଶ ଦାଶ,ଇଟିଭି ଭାରତ

Last Updated : Mar 14, 2020, 3:10 PM IST

ABOUT THE AUTHOR

...view details