ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ - ଓଡିଶାରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ କରୋନା ସଂକ୍ରମଣ କମୁଛି। ଗତ 12 ତାରିଖରୁ ରାଜ୍ୟରେ କୋରୋନା ସଂକ୍ରମଣ କମିବା ଆରମ୍ଭ କରିଛି । ଏହି ଧାରା କିଛି ଦିନ ଲାଗି ରହିଲେ ରାଜ୍ୟରେ ପିକ୍ ଅତିକ୍ରମ କରିଛି ବୋଲି କହିହେବ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ କମୁଛି କୋରୋନା ସଂକ୍ରମଣ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 25, 2022, 2:04 PM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରାଜ୍ୟରେ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି । 12 ତାରିଖରୁ ରାଜ୍ୟରେ ସଂକ୍ରମଣ ବଢିଥିବା ବେଳେ 19 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି । ଯାହା କି ଏକ ଆଶ୍ବସ୍ତିକର ଖବର କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି । ଲୋକଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବା ଆବଶ୍ୟକ। କେବଳ ସହର ସହରରେ ନୁହେଁ ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟନିର୍ଦେଶକ ବିଜୟ ମହାପାତ୍ର ।

ନଜର ପକାନ୍ତୁ ଗତ ଏକ ସପ୍ତାହ ମଧ୍ୟରେ କୋରୋନାର ଦୈନିକ ସଂକ୍ରମଣ

ତାରିଖଦୈନିକ ସଂକ୍ରମଣଦୈନିକ ସୁସ୍ଥ ସଂଖ୍ୟା

ଜାନୁଆରୀ 19 11607 6785

ଜାନୁଆରୀ 20 10368 8471

ଜାନୁଆରୀ 21 9833 10390
ଜାନୁଆରୀ 22 8845 11344

ଜାନୁଆରୀ 23 8520 10841

ଜାନୁଆରୀ 24 7291 10309

ଜାନୁଆରୀ 25 5891


ତେବେ ରାଜ୍ୟରେ ଜାନୁଆରୀ 19 ତାରିଖରୁ ଆଜି ପର୍ଯ୍ୟନ୍ତ ସଂକ୍ରମଣ କମିବାରେ ଲାଗଛି। ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଖବର ଅଟେ। ବର୍ତ୍ତମାନ ରାଜ୍ୟରେ 11.77 ପ୍ରତିଶତ ଟିପିଆର ରହିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା କଟକ ଓ ସୁନ୍ଦରଗଡ ଜିଲ୍ଲା ରେଡ଼ ଜୋନରେ ରହିଛି। ଖୋର୍ଦ୍ଧାରେ ଆକ୍ଟିଭ କେସ ରହିଛି 28 ହଜାର 55, କଟକରେ ରହିଛି 5 ହଜାର 110 ଓ ସୁନ୍ଦରଗଡରେ 6 ହଜାର 934 ଜଣ ସଂକ୍ରମଣ ରହିଛି। ଅନ୍ୟପଟେ 15 ଜିଲ୍ଲା ୟେଲୋ ଜୋନରେ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details