ଭୁବନେଶ୍ବର: କୋରୋନା ପାଇଁ ଟ୍ବିନିସିଟିରେ ବାହାଘର ମନା। ଲୋକଙ୍କୁ ଏକତ୍ରିତ ନହେବାକୁ ଘନଘନ ବୁଲୁଛି ପିସିଆର ଭ୍ୟାନ । କୋରୋନା ପାଇଁ ରାଜଧାନୀରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ବିବାହ ମଣ୍ଡପ ଓ ମିଟିଂକୁ ଦିଆଯାଇଥିବା ଅନୁମତି ମଧ୍ୟ ବାତିଲ କରାଯାଇଛି।
ସାର୍ବଜନୀନ ସ୍ଥାନରେ ଏକତ୍ରିତ ନହେବାକୁ ଲୋକଙ୍କୁ ନିର୍ଦ୍ଦେଶ। ପରାମର୍ଶ ନମାନିଲେ ମହାମାରି ୧୮୯୭ ଆଇନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବାକୁ ଆଡଭାଇଜାରି ଜରିଆରେ କଡା ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଭଳି ସତର୍କତାମୂଳକ ପଦକ୍ଷେପ ନେଇଛି କମିସନରେଟ ପୋଲିସ। ସଭା ସମିତି ସହ ବିବାହ ମଣ୍ଡପ ପ୍ରସେସନକୁ ବାତିଲ କରାଯାଇଛି।
ଫଳରେ ଏସବୁ ନକରିବାକୁ ପୋଲିସ ପ୍ରଶାସନ ନିବେଦନ କରିଛନ୍ତି। ସାମୁହିକ ଏକାଠି ହେଉଥିବା ସ୍ଥାନ ହୋଟେଲ, କ୍ଲବ, ସଭାସମିତି,ଫିଲ୍ମ ହଲ , ସୁଇମିଂ ପୁଲ, ୱାଟର ପାର୍କ ଓ ମଲ , ଜିମ ମାନଙ୍କରେ ପିସିଆର ବୁଲି ବୁଲି ନିର୍ଦ୍ଦେଶ ପାଳିବାକୁ ଅବଗତ କରାଉଛନ୍ତି।
କେବଳ ଭୁବନେଶ୍ବର ନୁହେଁ କଟକରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦେଶ ରହିଛି । ଏଥିସହ ଦୈତ ନଗରୀର ଦୁଇ ଡିସିପି ଏବଂ ଏସପିଙ୍କୁ ଘଟଣାର ମନିଟର କରିବାକୁ ନିର୍ଦ୍ଦେଶ ରହିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲୋକଙ୍କୁ ନିୟମ ମାନିବାକୁ କୁହାଯାଇଛି।