ଭୁବନେଶ୍ବର: କୋରୋନା ଭ୍ୟାକସିନ ନେଇ ବଡ ଖବର । ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ ଭ୍ୟାକସିନ । ଏନେଇ ସବୁ ରାଜ୍ୟକୁ ଡାଟାବେସ ମାଗିଛି କେନ୍ଦ୍ର। ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଆସନ୍ତା 29 ଅକ୍ଟୋବର ସୁଦ୍ଧା ଡାଟାବେସ ପ୍ରସ୍ତୁତ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଆସୁଛି କୋଭିଡ ଭାକ୍ସିନ, 29 ସୁଦ୍ଧା ରାଜ୍ୟକୁ ଡାଟାବେସ ମାଗିଲା କେନ୍ଦ୍ର - କୋଭିଡ ଭ୍ୟାକସିନ
ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ ଭ୍ୟାକସିନ । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।
କୋରୋନା ଭ୍ୟାକସିନ
ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତ ହେବ ଡାଟାବେସ ତାଲିକା । ଏହି କ୍ରମରେ ସ୍ବାସ୍ଥ୍ୟ ଓ ମହିଳା ବିକାଶ ବିଭାଗକୁ କର୍ମଚାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି। ବିଶେଷକରି କେତେ ଅଙ୍ଗନବାଡି, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ଅଛନ୍ତି ତାଙ୍କର ତାଲିକା ମଗାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ