ଓଡିଶା

odisha

ଆଜି ଓଡିଶାରେ ପହଞ୍ଚିବ କୋରୋନା ଟୀକା

By

Published : Jan 12, 2021, 9:44 AM IST

ପ୍ରଥମ ପର୍ଯ୍ୟାୟରେ କୋରୋନା ଟୀକା ଆଜି ଭୁବନେଶ୍ବର ବିମାନ ବିନ୍ଦରରେ ଆସି ପହଞ୍ଚିବ । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁନେରୁ ଭୁବନେଶ୍ବରକୁ ଆସୁଛି କୋଭିଶିଲ୍ଡ ଟୀକା । ଅଧିକ ପଢନ୍ତୁ...

ଆଜି ଓଡିଶାରେ ପହଞ୍ଚିବ କୋଭିଶିଲ୍ଡ କୋରୋନା ଟୀକା
ଆଜି ଓଡିଶାରେ ପହଞ୍ଚିବ କୋଭିଶିଲ୍ଡ କୋରୋନା ଟୀକା

ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପ୍ରଥମ ପର୍ଯ୍ୟାୟରେ କୋରୋନା ଟୀକା ଆଜି ଭୁବନେଶ୍ବର ବିମାନ ବିନ୍ଦରରେ ଆସି ପହଞ୍ଚିବ । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁନେରୁ ଭୁବନେଶ୍ବରକୁ ଆସୁଛି କୋଭିଶିଲ୍ଡ ଟୀକା । ଆଜି ଭୋର ସମୟରୁ ସେରମ ଇନଷ୍ଟିଚ୍ୟୁଟ 8 ବିମାନ ଯୋଗେ ଦେଶର 13ଟି ସ୍ଥାନକୁ ଟୀକା ପଠେଇଛି । ଅପରାହ୍ନ 4ଟା 30 ସୁସ୍ଥ ଭୁବନେଶ୍ବର ବିମାନ ବନ୍ଦରରେ ଟୀକା ପହଞ୍ଚିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।

ଆଜି ଓଡିଶାରେ ପହଞ୍ଚିବ କୋରୋନା ଟୀକା

ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ କୋଭିସିଲ୍ଡ ଟୀକାର 10 ଡୋଜ ଓ 40 ହଜାର 800 ଭାଇରଲସ ସେରମ ଇନଷ୍ଟିଚ୍ୟୁଟ ପଠାଇଛି । ରାଜ୍ୟ ଟୀକା ସଂଗ୍ରହାଳୟରେ ରହିବ କୋଭିଶିଲ୍ଡ ଟୀକା । ସେପଟେ ଏହାକୁ ଷ୍ଟୋର କରିବାକୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । ଭ୍ୟାକସିନକୁ ଷ୍ଟୋର କରିବାକୁ 9ଟା ଆଞ୍ଚଳିକ ଭ୍ୟାକସିନ ଷ୍ଟୋର କୁ ଯିବ । ଭୁବନେଶ୍ବର, କଟକ, ବାଲେଶ୍ବର, ଗଞ୍ଜାମ, ସୁନ୍ଦରଗଡ, ଗଞ୍ଜାମ, ସମ୍ବଲପୁର, କୋରାପୁଟ, କନ୍ଧମାଳ, ବଲାଙ୍ଗୀରରେ ଭ୍ୟାକସିନ ଷ୍ଟୋର ରହିଛି । ସେଠାରୁ 32 ଟା ଜିଲ୍ଲା ଭ୍ୟାକସିନ ଷ୍ଟୋର ଯିବ। ସେଠାରୁ 1222 କୋଲ୍ଡ ଚେନ ପଏଣ୍ଟ ଯିବ । 29,271ଟି ଭ୍ୟାକସିନ ସେନସନ ସାଇଟକୁ ଯିବ । ସେଠାରୁ ଭ୍ୟାକସିନେସନ ରୁମକୁ ଯିବ ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ 16ରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ । ପ୍ରଥମେ ତିନି କୋଟି ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ ଟୀକା । ସମସ୍ତ ରାଜ୍ୟକୁ ଏହା ମାଗଣାରେ ଯୋଗାଇ ଦିଆଯିବ ।ସରକାର ସେରମ ଇନଷ୍ଟିଚ୍ୟୁଟରୁ ମାତଚ୍ର 200 ଟଙ୍କାରେ କିଣିଛନ୍ତି । ଡିସିଜିଆଇ ପକ୍ଷରୁ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହାର ଯୋଗାଣ ଆରମ୍ଭ ହୋଇଯାଇଛି । ଆଜି ଭୁବନେଶ୍ବର ସମେତ ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହ୍ବାଟୀ, ଲକ୍ଷ୍ନୌ, ଚଣ୍ଡିଗଡ ଏବଂ ଭୁବନେଶ୍ବରକୁ ପରିବହନ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details