ଭୁବନେଶ୍ବର: କୋରୋନାକୁ ପ୍ରତିହିତ କରିବାକୁ ରାଜ୍ୟରେ ପହଞ୍ଚିଲା ଆଉ ଏକ କୋରୋନା ଟୀକା । କୋଭିସିଲ୍ଡ ଆସିବାର ଗୋଟିଏ ଦିନ ପରେ ଆଜି କୋଭାକ୍ସିନ ଆସି ପହଞ୍ଚିଛି। 20 ହଜାର ଡୋଜ ଭୁବନେଶ୍ବର ଆସିଥିବା ସୂଚନା । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଦେଶର ପ୍ରଥମ ସ୍ବଦେଶୀ ଟୀକା ହେଉଛି କୋଭାକ୍ସିନ । ଗତ ମଙ୍ଗଳବାର କୋଭିସିଲ୍ଡ ଟୀକା ପହଞ୍ଚିଥିଲା । ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ଆସିବା ପରେ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହେବ ।
ଭାରତ ବାୟୋଟେକ, ଆଇସିଏମଆର ଓ ଏନଆଇଭି ଦ୍ବାରା ପ୍ରସ୍ତୁତ କୋରୋନା ଟୀକା କୋଭାକ୍ସିନ ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ ହୋଇଛି । ଆଜି ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକର ମାନୁଫାକଚରିଂ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରକୁ ପଠାଯାଇଥିଲା କୋଭାକ୍ସିନ ।
ଆଜି ରାଜ୍ୟ ଭଣ୍ଡାରରୁ ଜିଲ୍ଲା ଭଣ୍ଡାରକୁ ଯିବ ଟୀକା । ଏଥିପାଇଁ ଭାକ୍ସିନ ପରିବହନ ଗାଡି ରାଜ୍ୟ ଭଣ୍ଡାରରେ ଆସି ପହଞ୍ଚିଛି ।