ଭୁବନେଶ୍ବର:ରାଜ୍ୟରେ ବୃଦ୍ଧି ପାଇଲା ଟୀକାକରଣର ସମୟ ସୀମା । ପ୍ରଥମ ଡୋଜ ଟୀକାକରଣ 100 ପ୍ରତିଶତ କଭରେଜ ହାସଲ କରିବାକୁ ଦୃଷ୍ଟିରେ ରଖି ଟୀକାକରଣର ସମୟ ସୀମାକୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ।
25 ଯାଏଁ ବଢିଲା ପ୍ରଥମ ଡୋଜ ଟୀକାକରଣର ସମୟ ସୀମା - ଟୀକାକରଣର ଅବଧି 25 କୁ ବଢିଲା
ରାଜ୍ୟରେ ବୃଦ୍ଧି ପାଇଲା ଟୀକାକରଣର ସମୟ ସୀମା । ପ୍ରଥମ ଡୋଜ ଟୀକାକରଣ 100 ପ୍ରତିଶତ କଭରେଜ ହାସଲ କରିବା ନେଇ ବୃଦ୍ଧି ପାଇଲା ଅବଧି । ଅଧିକ ପଢନ୍ତୁ...

25 ଯାଏଁ ବଢିଲା ପ୍ରଥମ ଡୋଜ ଟୀକାକରଣର ସମୟ ସୀମା
ସମସ୍ତ ପଞ୍ଜିକୃତ ଯେପରି ଟିକା ଗ୍ରହଣ କରିବେ ସେ ଦିଗରେ ଜିଲ୍ଲାଗୁଡିକ ତୀକ୍ଷ୍ଣ ନଜର ରଖିବେ । ଟୀକାକରଣ ପାଇଁ ଅତିକମରେ ଦୁଇଥର ସୁଯୋଗ ଦିଆଯାଉଛି । ଦ୍ବିତୀୟ ଡୋଜ ଟୀକାକରଣ ପ୍ରଥମ ଡୋଜର 28 ଦିନ ପରେ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ