ଓଡିଶା

odisha

ETV Bharat / city

କୋରୋନା ଯୁଦ୍ଧକୁ ଏକ ମାସ ପୂର୍ତ୍ତି, ଓଡିଶାର ପଦକ୍ଷେପକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା - odisha news

କୋରୋନା ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ସେପଟେ ଏହି ସମୟରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

corona update
କୋରୋନା ଯୁଦ୍ଧକୁ ଏକ ମାସ ପୂର୍ତ୍ତି, ଓଡିଶାର ପଦକ୍ଷେପକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

By

Published : Apr 14, 2020, 7:35 PM IST

Updated : Apr 14, 2020, 8:10 PM IST

ଭୁବନେଶ୍ବର: କୋରୋନା ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ସେପଟେ ଏହି ସମୟରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ରାଜ୍ୟରେ କୋରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

କୋରୋନା ଯୁଦ୍ଧକୁ ଏକ ମାସ ପୂର୍ତ୍ତି, ଓଡିଶାର ପଦକ୍ଷେପକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

ରାଜ୍ୟରେ ମାର୍ଚ୍ଚ15 ରୁ କୋରୋନା ମହାମାରୀ ପାଇଁ ସରକାର ବିଭିନ୍ନ ପଦକ୍ଷପ ନେଇଥିଲେ। ପ୍ରଥମ ଦିନ ରୁ 250 ରୁ 300 ଟେଷ୍ଟ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ 700 ଟେଷ୍ଟ କରାଯାଉଛି। ବର୍ତ୍ତମାନ ସମୟରେ ରାଜ୍ୟରେ 60 ଟି ପଜେଟିଭ କେସ ବାହାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ କୋଭିଡ 19 ଉପରେ ସମୀକ୍ଷା କରିଛନ୍ତି। ଏକ ସପ୍ତାହ ମଧ୍ୟରେ 35 ଟି କୋଭିଡ 19 ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ 20 ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଗଲାଣି। 18 ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି ।

ଏହି କୋଭିଡ 19 ହସ୍ପିଟାଲରେ 3446 ଟି ବେଡ୍‌ ଥିବାବେଳେ 197 ଟି ଆଇସିୟୁ ବେଡ୍‌ ରହିଛି। ଅନ୍ୟ ଜିଲ୍ଲାରେ ବାକି 15 ଟି ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ 2 ହଜାର 282 ଟି ଶଯ୍ୟା ଏବଂ 38 ଟି ଆଇସିୟୁ ସୁବିଧା ରହିବ ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟରେ 5500 ଗ୍ରାମ ପଞ୍ଚାୟତରେ 3 ଲକ୍ଷ 44 ହଜାର 944 ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। 44 ଟି ପୌରାଞ୍ଚଳରେ 33 ହଜାର 688 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 14, 2020, 8:10 PM IST

ABOUT THE AUTHOR

...view details