ଭୁବନେଶ୍ବର: କୋରୋନାର ଗୁଜବ କରି ରାଜ୍ୟରେ 63 ଜଣ ଗିରଫ ହୋଇଛନ୍ତି । ସେହିପରି ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟରେ 24 ଘଣ୍ଟା ମଧ୍ୟରେ 205ଟି ମାମଲା ରୁଜୁ ହୋଇଛି । ଗୁଜବ ପାଇଁ 3ଟି ମାମଲା ଓ କୋଭିଡ୍ ନିୟମାବଳୀର ଉଲଙ୍ଘନ ପାଇଁ 5ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ବିଭିନ୍ନ ମାମଲାରେ 258 ଜଣଙ୍କୁ ଗିରଫ କରାଯାଇଛି ବୋଲି ଆଜି କୋରୋନାକୁ ନେଇ ହେଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।
ଏହାସହ ଟାଟାଷ୍ଟିଲ୍ ସହାୟତାରେ ଗଞ୍ଜାମରେ 200 ଶଯ୍ୟା ଓ 15 ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଆଜି କାର୍ଯ୍ୟକ୍ଷମ ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ମୁମ୍ବାଇରୁ କାର୍ଗୋ ବିମାନ ଯୋଗେ ରାଜ୍ୟକୁ 4000 କିଟ୍ ଆସିଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଟ୍ୟୁସନ ଫି କମାଇବାକୁ କୁହାଯାଇଛି । ଓଡିଶାରେ ଅଟକି ଥିବା 70 ହଜାର ବାହାର ରାଜ୍ୟର ଶ୍ରମଜୀବୀଙ୍କୁ 2012ଟି ଶିବିରରେ ରଖାଯାଇ ଖାଇବା ସୁବିଧା ଯୋଗାଇ ଦିଆଯାଇଛି ।