ଓଡିଶା

odisha

ETV Bharat / city

କାଲିଠୁ ମାସ୍କ ବାଧ୍ୟତାମୂଳକ

ଆସନ୍ତାକାଲିଠୁ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ବାହାରକୁ ଆସିଲେ ମାସ୍କ ଅତ୍ୟନ୍ତ ଆବଶ୍ୟକ । ମାସ୍କ ନଥିଲେ ଗାମୁଛା ବା ଶାଢୀର କାନିକୁ ପରସ୍ତ ପରସ୍ତ କରି ମୁହଁ ନାକ ଘୋଡାଇ ବାହାରିବେ ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

corona update
କାଲିଠୁ ମାସ୍କ ବାଧ୍ୟତାମୂଳକ

By

Published : Apr 8, 2020, 6:46 PM IST

Updated : Apr 8, 2020, 6:54 PM IST

ଭୁବନେଶ୍ବର: ଆସନ୍ତାକାଲିଠୁ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ବାହାରକୁ ଆସିଲେ ମାସ୍କ ଅତ୍ୟନ୍ତ ଆବଶ୍ୟକ । ମାସ୍କ ନଥିଲେ ଗାମୁଛା ବା ଶାଢୀର କାନିକୁ ପରସ୍ତ ପରସ୍ତ କରି ମୁହଁ ନାକ ଘୋଡାଇ ବାହାରିବେ । ଦୁଇ ବର୍ଷର କମ୍‌ ପିଲାଙ୍କୁ ମାସ୍କ ପିନ୍ଧାଇବେ ନାହିଁ । ଶ୍ବାସରୋଗୀ ଓ ଅଚେତ ତଥା ବିଛଣାରେ ପଡିରହିଥିବା ରୋଗୀଙ୍କୁ ମାସ୍କ ପିନ୍ଧାଇବେ ନାହିଁ ବୋଲି ଆଜି କୋରୋନାକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

କାଲିଠୁ ମାସ୍କ ବାଧ୍ୟତାମୂଳକ

ସେହିପରି ଆଜି ସୁଦ୍ଧା ବିଶ୍ବରେ 14 ଲକ୍ଷ 42ହଜାର ଅଧିକ ଆକ୍ରାନ୍ତ ରହିଛନ୍ତି । ବିଶ୍ବରେ 82ହଜାର 419 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଆମେରିକା, ସ୍ପେନ, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସ ସବୁଠୁ ଅଧିକ କୋରୋନାରେ ପ୍ରଭାବିତ ହୋଇଛି । ଭାରତ ଏବେ ବିଶ୍ବରେ 24ତମ ପ୍ରଭାବିତ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।

ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା 5194 ଜଣ ଆକ୍ରାନ୍ତ ହୋଇଥିବାବେଳେ 149 ଜଣଙ୍କର ମୃତ୍ୟୁ ଘଟିଛି । ଓଡିଶାରେ ସକାଳ 9ଟା ସୁଦ୍ଧା 2441 ଜଣଙ୍କ ନମୂନା ପରୀକ୍ଷା ରିପୋର୍ଟ ଆସିଛି । ସେଥିମଧ୍ୟରୁ 42 ଜଣ ପଜେଟିଭ୍‌ ଅଛନ୍ତି । 2 ଜଣ ସୁସ୍ଥ ହୋଇ ଡାକ୍ତରଖାନାକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ସଂକ୍ରମଣର ଚେନକୁ ଭାଙ୍ଗିବା ଲାକଡାଉନ ଉଦ୍ଦେଶ୍ୟ ଥିଲା । ସାମାଜିକ ଦୂରତ୍ବ କଥା ବାରମ୍ବାର କୁହାଯାଇ ଆସୁଛି । ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ଉପରେ ଗରୁତ୍ବ ଦିଆଯାଉଛି । ସାମାଜିକ ଦୂରତ୍ବ, ହାତଧୋଇବା, ସଙ୍ଗରୋଧ ନିହାତି ଜରୁରୀ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 8, 2020, 6:54 PM IST

ABOUT THE AUTHOR

...view details