ଓଡିଶା

odisha

ETV Bharat / city

ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଛନ୍ତି ୩ ଓଡିଆ

ଦେଶର ମୁଣ୍ଡ ବିନ୍ଧା ସୃଷ୍ଟି କରିଛି ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନର ଧାର୍ମିକ ସଭା । ସଭାରେ 24 ଜଣ କୋରୋନା ପଜିଟିଭ ଥିବା ରୋଗୀ ଚିହ୍ନଟ ପରେ ଦେଶରେ ଆତଙ୍କ ଖେଲାଇଛି କୋରୋନା । ଏପଟେ ଏହି ସଭାରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି ରାଜ୍ୟର ତିନି ଓଡ଼ିଆ । ଅଧିକ ପଢନ୍ତୁ..

corona-update-by-govt-of-odisha
corona-update-by-govt-of-odisha

By

Published : Mar 31, 2020, 8:15 PM IST

ଭୁବନେଶ୍ବର: ନିଜାମୁଦ୍ଦିନର ଧାର୍ମିକ ସଭାରେ ଯୋଗଦେଇଥିବା 3 ଜଣ ଓଡ଼ିଆ ଓଡ଼ିଶା ଫେରିଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଏତଦ୍ ବ୍ୟତୀତ ଉକ୍ତ ବ୍ୟକ୍ତିଙ୍କ ପରିବାର ଓ ଅନ୍ୟ କେହି ସେହି ସଭାରୁ ଯଦି ଓଡିଶା ଫେରିଥାନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରକିୟା ଜାରି ରହିଛି ।

ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଛନ୍ତି ୩ ଓଡିଆ

ସାରା ବିଶ୍ବରେ ୨୦୦ଟି ଦେଶକୁ ବ୍ୟାପିଲାଣି ମହାମାରୀ କୋରୋନା । ୭,୮୯,୯୩୬ରେ ପହଁଚିଛି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା । ସେହିପରି ୩୮,୧୦୩ ରେ ପହଁଚିଲାଣି ମୃତକଙ୍କ ସଂଖ୍ୟା । ତେବେ ଭାରତରେ 13 ଶହ ପାଖାପାଖି ଲୋକ ଆକ୍ରାନ୍ତ ହୋଇଥିବା ବେଳେ 32ରେ ପହଁଚିଛି ମୃତ୍ୟୁ ସଂଖ୍ୟା । ତେବେ ଓଡିଶାରେ କୋରୋନାର ସ୍ଥିତି ନିୟନ୍ତ୍ରଣ ରହିଛି । ଲକଡାଉନ ଯୋଗୁଁ ଏହା ବ୍ୟାପିବାରେ ବାଧକ ସୃଷ୍ଟି ହୋଇଥିବା କହିଛନ୍ତି କୋରୋନା ମୁକାବିଲା କମିଟିର ମୁଖପାତ୍ର ସୁବ୍ରତ ବାଗଚୀ ।

ସେ କହିଛନ୍ତି ରାଜ୍ୟର ୪୭୩ଟି ନମୁନା ପଠାଯାଇଥିଲା ସେଥିରୁ ମାତ୍ର ୩ଜଣ ଓଡିଶାରେ ପଜିଟିଭ ଅର୍ଥାତ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ କ୍ବାରେଣ୍ଟାଇନରେ ୫୭ଜଣ ରହିଛନ୍ତି ଏବଂ ଅନେକ ମଧ୍ୟ ଡିସଚାର୍ଜ ହୋଇଛନ୍ତି । ଏଯାବତ ୧୧,୫୭୫ଜଣ ପଞ୍ଜିକୃତ ହୋଇଥିବା ସହ ୪,୩୦୪ ଜଣ ବିଦେଶରୁ ଫେରିଥିବା ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details