ଓଡିଶା

odisha

By

Published : Mar 25, 2020, 8:10 PM IST

ETV Bharat / city

ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ଠୁ ବି ସଂକ୍ରମଣ ଆଶଙ୍କା ରହିଛି: ବାଗଚୀ

ରାଜ୍ୟ ବାହାରୁ ମଧ୍ୟ ଫେରୁଛନ୍ତି ଅନେକ ଲୋକ। ସେମାନଙ୍କ ଜରିଆରେ କୋରୋନା ବ୍ୟାପିବାର ଆଶଙ୍କା ରହିଛି। ରାଜ୍ୟ ବାହାରୁ ୭୮ ହଜାର 233 ଲୋକ ରାଜ୍ୟକୁ ଫେରିଆସିଛନ୍ତି । ପାଖାପାଖି ୩ଟି ଜିଲ୍ଲାରେ ପ୍ରାୟ ୫୦୦ ଜଣ ରହିଛନ୍ତି। ବାକି ୨୭ଟି ଜିଲ୍ଲାରେ ୧ ହଜାରୁ ନେଇ ୧୧ହଜାର ପର୍ଯ୍ୟନ୍ତ ଲୋକ ରହିଛନ୍ତି।

corona-update-by-government-odisha-78233-people-came-from-other-state-may-be-risk-for-us
ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କଠୁ ବି ସଂକ୍ରମଣ ଆଶଙ୍କା ରହିଛି:ବାଗଚୀ

ଭୁବନେଶ୍ବର: କୋରୋନା ନେଇ ସରକାରଙ୍କ ନୁଆ ତଥ୍ୟ। କେବଳ ଦେଶ ବାହାରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଫେରୁଛନ୍ତି ଅନେକ ଲୋକ। ସେମାନଙ୍କ ଜରିଆରେ କୋରୋନା ବ୍ୟାପିବାର ଆଶଙ୍କା ରହିଛି। ରାଜ୍ୟ ବାହାରୁ ୭୮ ହଜାର 233 ଲୋକ ରାଜ୍ୟକୁ ଫେରିଆସିଛନ୍ତି। ପାଖାପାଖି ୩ଟି ଜିଲ୍ଲାରେ ପ୍ରାୟ ୫୦୦ ଲୋକ ରହିଛନ୍ତି । ବାକି ୨୭ଟି ଜିଲ୍ଲାରେ ୧ ହଜାରୁ ନେଇ ୧୧ହଜାର ପର୍ଯ୍ୟନ୍ତ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସଂକ୍ରମିତ ରାଜ୍ୟରୁ ଫେରିଛନ୍ତି।

ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କଠୁ ବି ସଂକ୍ରମଣ ଆଶଙ୍କା ରହିଛି:ବାଗଚୀ

ତେଣୁ ସେମାନଙ୍କୁ ୧୪ ଦିନ ଯାଏଁ ସଙ୍ଗରୋଧ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । କାରଣ ସଂକ୍ରମଣର ଆଶଙ୍କା ୧୨ ରୁ ୧୪ ଦିନ ପର୍ଯନ୍ତ ମଧ୍ୟରେ ଜଣାପଡୁଛି । ବାହ୍ୟ ପ୍ରକାଶରୁ କରୋନା ଲକ୍ଷଣ ଜଣା ପଡେନାହିଁ । ଗ୍ରାମପଞ୍ଚାୟତ ଓ ଜିଲ୍ଲା ଅଧିକାରୀଙ୍କୁ ଏନେଇ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ରହିଛି।

ତେବେ ୨୫ ତାରିଖ ୩ଟା ସୁଦ୍ଧା ୪,୨୨,୮୨୯ ଜଣ ସାରା ବିଶ୍ବରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ୧୮,୯୦7 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ୨,୯୪,୮୨୦ ଜଣ ଆକ୍ଟିଭ କେସ୍‌ ବା କୋରୋନା ଆକ୍ରାନ୍ତରେ ଚିକିତ୍ସିତ ହୋଇଛନ୍ତି । ଚିକିତ୍ସା ପରେ ୧,୯୧,୦୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ଭାରତରେ ୫୬୨ ଜଣ ଆକ୍ରାନ୍ତ ଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଓଡିଶାରେ ଏଯାବତ୍‌ ୨ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେ ଏବେ ଚିକିତ୍ସିତ ଅଛନ୍ତି । ୪,୦୧୫ ଜଣ ବିଦେଶୀ ଫେରନ୍ତା ସ୍ବତଃପୂର୍ତ୍ତ ଭାବେ ନାଁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୩୩ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ତେବେ ୧୨୯ ଜଣଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଛି । ବାକି ୪ ଜଣଙ୍କ ରିପୋର୍ଟ ଆସିନାହିଁ । ଅନ୍ୟପଟେ ୩୬ ଜଣ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି। କୋରୋନା ସଂକ୍ରମିତଙ୍କ ସଂସ୍ସର୍ଶରେ ୫7 ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୫4ଙ୍କ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୩ଜଣଙ୍କ କୌଣସି ତଥ୍ୟ ମିଳୁନାହିଁ । ସେମାନଙ୍କୁ ଟ୍ରେସ କରିବା ପାଇଁ ଯୋଜନା ଚାଲିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details