ଓଡିଶା

odisha

ETV Bharat / city

ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ - 591 new cases in odisha

ରାଜ୍ୟରେ ବେକାବୁ କୋରୋନା । ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ । 3 ମୃତ । ଅଧିକ ପଢନ୍ତୁ...

ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ
ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ

By

Published : Jul 18, 2020, 11:17 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ । 3 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 394 କ୍ବାରେଣ୍ଟାଇନ ସେଣ୍ଟର ଓ 197 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16701କୁ ବୃଦ୍ଧି ପାଇଛି । ସେପଟେ ମୃତକଙ୍କ ସଂଖ୍ୟା 86 ଛୁଇଁଛି ।

ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 1, ବାଲେଶ୍ବରରୁ 13, ବରଗଡରୁ 35, ଭଦ୍ରକରୁ 3, ବଲାଙ୍ଗୀରରୁ 9, ବୌଦ୍ଧରୁ 5, କଟକରୁ 38, ଦେବଗଡରୁ 3, ଢେଙ୍କାନାଳରୁ 9, ଗଞ୍ଜାମରୁ 182, ଜଗତସିଂହପୁରରୁ 22, ଯାଜପୁରରୁ 19, ଝାରସୁଗୁଡାରୁ 5, କେନ୍ଦ୍ରାପଡାରୁ 8, କେନ୍ଦୁଝରରୁ 6, ଖୋର୍ଦ୍ଧାରୁ 121, କୋରାପୁଟରୁ 4, ମାଲକାନଗିରିରୁ 8, ମୟୂରଭଞ୍ଜ ଓ ନବରଙ୍ଗପୁରରୁ 22, ନୟାଗଡରୁ 11, ପୁରୀରୁ 6, ରାୟଗଡାରୁ 1, ସମ୍ବଲପୁରରୁ 20, ସୁନ୍ଦରଗଡରୁ 18 ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମର ଦୁଇ ଜଣ ଥିବାବେଳେ ଜଣେ 63 ବର୍ଷୀୟ ଓ ଅନ୍ୟ ଜଣ 60 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟଜଣେ ଗଜପତିର 48 ବର୍ଷୀୟା ମହିଳା ରହିଛନ୍ତି । ସେପଟେ 11330 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 5259 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details