ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 7 ଜଣଙ୍କ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 2161 କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 1382 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।
30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 878 ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ 68, ବାଲେଶ୍ବରରୁ 153, ବରଗଡରୁ 274, ଭଦ୍ରକରୁ 50, ବଲାଙ୍ଗୀରରୁ 37, ବୌଦ୍ଧରୁ 67, କଟକରୁ 295, ଦେବଗଡରୁ 4, ଢେଙ୍କାନାଳରୁ 69, ଗଜପତିରୁ29, ଗଞ୍ଜାମରୁ 102, ଜଗତସିଂହପୁରରୁ 85, ଯାଜପୁରରୁ 206, ଝାରସୁଗୁଡା 87, କଳାହାଣ୍ଡିରୁ 37, କନ୍ଧମାଳରୁ 37, କେନ୍ଦ୍ରାପଡାରୁ 48, କେନ୍ଦୁଝରରୁ 44, କୋରାପୁଟରୁ 90, ମାଲକାନଗିରିରୁ 25, ମୟୂରଭଞ୍ଜରୁ 326, ନବରଙ୍ଗପୁରରୁ 33, ନୟାଗଡରୁ 34, ନୂଆପଡାରୁ 98, ପୁରୀରୁ 61, ରାୟଗଡାରୁ 67, ସମ୍ବଲପୁରରୁ 83, ସୋନପୁରରୁ 99 ଓ ସୁନ୍ଦରଗଡରୁ 56 ଜଣ ରହିଛନ୍ତି ।