ଓଡିଶା

odisha

ETV Bharat / city

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 70 ହଜାର ପାର

ରାଜ୍ୟରେ ଗୋଟିଏ ଦିନରେ 2,898 ଆକ୍ରାନ୍ତ ଚିହ୍ନଟ । 8 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 70 ହଜାର ପାର
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 70 ହଜାର ପାର

By

Published : Aug 20, 2020, 12:06 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଦିନକରେ 2,898 କୋରୋନା ଆକ୍ରାନ୍ତ ଚିହ୍ନଟ । 8 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1792 କ୍ବାରେଣ୍ଟାଇନ ଓ 1106 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 524, ବାଲେଶ୍ବରରୁ 140, ଅନୁଗୋଳରୁ 16, ବରଗଡରୁ 9, ଭଦ୍ରକରୁ 107, ବଲାଙ୍ଗୀରରୁ 173, ବୌଦ୍ଧରୁ 1, କଟକରୁ 241, ଦେବଗଡରୁ 3, ଢେଙ୍କାନାଳରୁ 44, ଗଜପତିରୁ 53, ଗଞ୍ଜାମରୁ 226, ଜଗତସିଂହପୁରରୁ 84, ଯାଜପୁରରୁ 69, ଝରସୁଗୁଡାରୁ 49, କଳାହାଣ୍ଡିରୁ 76, କନ୍ଧମାଳରୁ 63, କେନ୍ଦ୍ରାପଡାରୁ 57, କେନ୍ଦୁଝରରୁ 35, କୋରାପୁଟରୁ 132, ମାଲକାନଗିରିରୁ 56, ମୟୂରଭଞ୍ଜରୁ 53, ନବରଙ୍ଗପୁରରୁ 37, ନୟାଗଡରୁ 232, ନୂଆପଡାରୁ 8, ପୁରୀରୁ 104, ରାୟଗଡାରୁ 105, ସମ୍ବଲପୁରରୁ 77, ସୋନପୁରରୁ 23 ଓ ସୁନ୍ଦରଗଡରୁ 101 ଜଣ ରହିଛନ୍ତି ।

ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 4 ଜଣ ଥିବାବେଳେ ପୁରୀ, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 70020ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ପାଇଛି । ସେପଟେ 46935 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 22651 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ


ABOUT THE AUTHOR

...view details