ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 2275 ଚିହ୍ନଟ - ଓଡିଶା କୋରୋନା

ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 2275 ସଂକ୍ରମିତ । 17 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 2275 ଚିହ୍ନଟ
ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 2275 ଚିହ୍ନଟ

By

Published : Oct 13, 2020, 11:37 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 2275 ସଂକ୍ରମିତ ଚିହ୍ନଟ । 17 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 1318 ଓ ସ୍ଥାନୀୟ ଅଞ୍ଚଳରୁ 957 ଜଣ ଚିହ୍ନଟ ହୋଇଛନ୍ତି ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 364 ଜଣ ରହିଥିବାବେଳେ କଟକରୁ 144, ଅନୁଗୋଳରୁ 136, ବାଲେଶ୍ବରରୁ 111, ବରଗଡରୁ 64, ଭଦ୍ରକରୁ 50, ବଲାଙ୍ଗୀରରୁ 77, ବୌଦ୍ଧରୁ 21, ଦେବଗଡରୁ 15, ଢେଙ୍କାନାଳରୁ 27, ଗଜପତିରୁ 6, ଗଞ୍ଜାମରୁ 36, ଜଗତସିଂହପୁରରୁ 55, ଯାଜପୁରରୁ 82, ଝରସୁଗୁଡାରୁ 100, କଳାହାଣ୍ଡିରୁ 64, କନ୍ଧମାଳରୁ 50, କେନ୍ଦ୍ରାପଡାରୁ 68, କେନ୍ଦୁଝରରୁ 37, କୋରାପୁଟରୁ 39, ମାଲକାନଗିରିରୁ 53, ମୟୂରଭଞ୍ଜରୁ 110, ନବରଙ୍ଗପୁରରୁ 39, ନୟାଗଡରୁ 31, ନୂଆପଡାରୁ 31, ପୁରୀରୁ 71, ରାୟଗଡାରୁ 33, ସମ୍ବଲପୁରରୁ 56, ସୋନପୁରରୁ 50, ସୁନ୍ଦରଗଡରୁ 150 ଓ ଷ୍ଟେଟ ପୋଲ 67 ରହିଛି।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 256937 ଥିବାବେଳେ 230192 ଜଣ ସୁସ୍ଥ ହୋଇଛନ୍ତି । 25635ଟି ସକ୍ରିୟ ମାମଲା ରହିଛି। ସେହିପରି 1057 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ 3836825ଟି ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details