ଓଡିଶା

odisha

ETV Bharat / city

ରାଜ୍ୟରେ ସଂକ୍ରମଣ ହ୍ରାସ: ଦିନକରେ 1474 ନୂଆ ଆକ୍ରାନ୍ତ - କୋରୋନା ଅପଡେଟ୍‌

ରାଜ୍ୟରେ ଦିନକରେ 1474 ନୂଆ ଆକ୍ରାନ୍ତ ଚିହ୍ନଟ । କ୍ବାରେଣ୍ଟାଇନରୁ 855 ଓ ସ୍ଥାନୀୟ ଅଞ୍ଚଳରୁ 619 ସଂକ୍ରମିତ । ଅଧିକ ପଢନ୍ତୁ...

ରାଜ୍ୟରେ ସଂକ୍ରମଣ ହ୍ରାସ
ରାଜ୍ୟରେ ସଂକ୍ରମଣ ହ୍ରାସ

By

Published : Nov 4, 2020, 11:36 AM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ ସଂଖ୍ୟା । ଦିନକରେ 1474 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 855 ଓ ସ୍ଥାନୀୟ ଅଞ୍ଚଳରୁ 619 ଜଣ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 175 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 76, ବାଲେଶ୍ବରରୁ 78, ବରଗଡରୁ 68, ଭଦ୍ରକରୁ 19, ବଲାଙ୍ଗୀରରୁ 89, ବୌଦ୍ଧରୁ 5, କଟକରୁ 120, ଦେବଗଡରୁ 7, ଢେଙ୍କାନାଳରୁ 18, ଗଜପତିରୁ 5, ଗଞ୍ଜାମରୁ 33, ଜଗତସିଂହପୁରରୁ 67, ଯାଜପୁରରୁ 39, ଝାରସୁଗୁଡାରୁ 39, କଳାହାଣ୍ଡିରୁ 36, କନ୍ଧମାଳରୁ 19, କେନ୍ଦ୍ରାପଡାରୁ 56, କେନ୍ଦୁଝରରୁ 69, କୋରାପୁଟରୁ 23 ଓ ମାଲକାନଗିରିରୁ 29 ଜଣ ରହିଛନ୍ତି ।

ସେହିପରି ମୟୂରଭଞ୍ଜରୁ 52, ନବରଙ୍ଗପୁରରୁ 30, ନୟାଗଡରୁ 20, ନୂଆପଡାରୁ 46, ପୁରୀରୁ 73, ରାୟଗଡାରୁ 7, ସମ୍ବଲପୁରରୁ 37, ସୋନପୁରରୁ 5, ସୁନ୍ଦରଗଡରୁ 104 ଓ ଷ୍ଟେଟ ପୁଲ 30 ଜଣ ରହିଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 295889ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 280553 ଜଣ ସୁସ୍ଥ ହୋଇଛନ୍ତି । 13919ଟି ସକ୍ରିୟ ମାମଲା ରହିଛି । ସେପଟେ 1364ଜଣଙ୍କର ଜୀବନ ଯାଇଛି ।

ABOUT THE AUTHOR

...view details