ଓଡିଶା

odisha

ETV Bharat / city

ରାଜ୍ୟରେ ସର୍ବାଧିକ କୋରୋନା ରେକର୍ଡ, ଗୋଟିଏ ଦିନରେ 1264 ଆକ୍ରାନ୍ତ ଚିହ୍ନଟ - 1264 new cases in odisha

ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 1264 ଜଣ ଆକ୍ରନ୍ତ ଚିହ୍ନଟ। 6 ମୃତ ।

ରାଜ୍ୟରେ ସର୍ବାଧିକ କୋରୋନା ରେକର୍ଡ, ଗୋଟିଏ ଦିନରେ 1264 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ସର୍ବାଧିକ କୋରୋନା ରେକର୍ଡ, ଗୋଟିଏ ଦିନରେ 1264 ଆକ୍ରାନ୍ତ ଚିହ୍ନଟ

By

Published : Jul 23, 2020, 11:50 AM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ବଢୁଛି ସଂକ୍ରମଣ ସଂଖ୍ୟା । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 1264 ଜଣ ଆକ୍ରନ୍ତ ଚିହ୍ନଟ। 6 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ 847 ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 417 ରହିଛନ୍ତି ।

ରାଜ୍ୟରେ ସର୍ବାଧିକ କୋରୋନା ରେକର୍ଡ, ଗୋଟିଏ ଦିନରେ 1264 ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 7, ବାଲେଶ୍ବରରୁ 9, ବରଗଡରୁ 24, ଭଦ୍ରକରୁ 30, ବଲାଙ୍ଗୀରରୁ 1, ବୌଦ୍ଧରୁ 2, କଟକରୁ 47, ଢେଙ୍କାନାଳରୁ 6, ଗଜପତିରୁ 74, ଗଞ୍ଜାମରୁ 540, ଜଗତସିଂହପୁରରୁ 4, ଯାଜପୁରରୁ 17, ଝାରସୁଗୁଡାରୁ 3, କଳାହାଣ୍ଡିରୁ 7, କନ୍ଧମାଳରୁ 29, କେନ୍ଦ୍ରାପଡାରୁ 8, କେନ୍ଦୁଝରରୁ 25, ଖୋର୍ଦ୍ଧାରୁ 137, କୋରାପୁଟରୁ 27, ମୟୂରଭଞ୍ଜରୁ 15, ନବରଙ୍ଗପୁରରୁ 4, ନୟାଗଡରୁ 61, ନୂଆପଡାରୁ 1, ପୁରୀରୁ 23, ରାୟଗଡାରୁ 84, ସମ୍ବଲପୁରରୁ 20 ଓ ସୁନ୍ଦରଗଡରୁ 60 ଜଣ ରହିଛନ୍ତି ।

ସେପଟେ ମୃତକଙ୍କ ମଧ୍ୟରେ 5 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21099କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 114କୁ ଛୁଇଁଛି । ସେପଟେ 14749 ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 7205 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details