ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଚିନ୍ତା ବଢାଇଲାଣି ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ହଜାରେ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା । 28 ଜିଲ୍ଲାରୁ 1078 ନୂଆ ଆକ୍ରାନ୍ତ ଚିହ୍ନଟ । 5 ଜଣ ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 721 କ୍ବାରେଣ୍ଟାଇନ ସେଣ୍ଟର ଓ 357 ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ରାଜ୍ୟରେ ବେକାବୁ କୋରୋନା; ଦିନକରେ ହଜାରେ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, 5 ମୃତ - odisha corona update
10:40 July 22
ରାଜ୍ୟରେ ବେକାବୁ କୋରୋନା, ଦିନକରେ ହଜାରେ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, 5 ମୃତ
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 371 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 1, ବାଲେଶ୍ବରରୁ 10, ବରଗଡରୁ 26, ଭଦ୍ରକରୁ 1, ବଲାଙ୍ଗୀରରୁ 6, ବୌଦ୍ଧରୁ 3, କଟକରୁ 57, ଢେଙ୍କାନାଳରୁ 2, ଗଜପତିରୁ 24, ଜଗତସିଂହପୁରରୁ 35, ଯାଜପୁରରୁ 20, ଝାରସୁଗୁଡାରୁ 34, କଳାହାଣ୍ଡିରୁ 15, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 24, କେନ୍ଦୁଝରରୁ 16, ଖୋର୍ଦ୍ଧାରୁ 121, କୋରାପୁଟରୁ 15, ମାଲକାନଗିରିରୁ 66, ମୟୂରଭଞ୍ଜରୁ 13, ନବରଙ୍ଗପୁରରୁ 17, ନୟାଗଡରୁ 5, ପୁରୀରୁ 28, ରାୟଗଡାରୁ 96, ସମ୍ବଲପୁରରୁ 20, ସୋନପୁରରୁ 10 ଓ ସୁନ୍ଦରଗଡରୁ 29 ରହିଛନ୍ତି ।
ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3 ଜଣ ଥିବାବେଳେ କନ୍ଧମାଳରୁ ଜଣେ ଓ ଗଜପତିରୁ ଜଣେ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19835 ହୋଇଥିବାବେଳେ 13309 ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ 108 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 6387 ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ